ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ରଘୁବର ଦାସଙ୍କ ଇସ୍ତଫା, ହେମନ୍ତ ସୋରେନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

Published By : Prameya-News7 Bureau | December 23, 2019 IST

ରାଞ୍ଚୀ ୧୩।୧୨:  ଝାଡଖଣ୍ଡ ବିଧାନସଭା ନିର୍ବାଚନରେ କ୍ଷମତାସୀନ ବିଜେପିକୁ ପରାଜୟ ବରଣ କରିବାକୁ ପଡିଛି। ଦଳରେ ବିଭେଦ ଓ ତ୍ରୁଟିପୂର୍ଣ୍ଣ ମେଣ୍ଟ ନିଷ୍ପତ୍ତି ଯୋଗୁ ବିଜେପି ଭୋଟ ପ୍ରତିଶତରେ ଅଗ୍ରଣୀ ଥାଇ ମଧ୍ୟ ଏବେ ବିରୋଧୀ ଦଳରେ ବସିବ। ଏଣୁ ମୁଖ୍ୟମନ୍ତ୍ରୀ ପଦରୁ ରଘୁବର ଦାସ ସନ୍ଧ୍ୟାରେ ଇସ୍ତଫା ଦେଇଛନ୍ତି। ଝାଡଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ରାଜଭବନରେ ଭେଟି ରଘୁବର ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସେପଟେ ମେଣ୍ଟର ମୁଖ୍ୟ ଭାବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ହେମନ୍ତ ସୋରେନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

wp:html /wp:html

ସେପଟେ ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳକୁ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସ୍ୱୀକାର କରିଛନ୍ତି। ଝାଡଖଣ୍ଡ ଜନାଦେଶକୁ ଦଳ ସ୍ୱାଗତ କରୁଥିବା  ଅମିତ ଶାହ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି। ଝାଡଖଣ୍ଡ ନିର୍ବାଚନରେ ବିଜେପି ଭୋଟ ପ୍ରତିଶତରେ ୧ ନମ୍ବରରେ ରହିଛି। ହେଲେ ରାଜନୀତି ଗଣିତ ୧+୧=୧୧ ନୀତିରେ କଂଗ୍ରେସ, ଝାମୁମୋ ଓ ଆରଜେଡି ଏବେ ସରକାର ଗଢିବାକୁ ଯାଉଛି।

wp:html /wp:html

ଝଡଖଣ୍ଡରେ ବିଜେପିକୁ ସର୍ବାଧିକ ୩୩.୬ ପ୍ରତିଶତ ଭୋଟ ମିଳିଛି। ସେହିପରି ଜେଏମଏମକୁ ୧୮.୯, କଂଗ୍ରେସକୁ ୧୩.୮ ଓ ଆରଜେଡିକୁ ୨.୮୨ ପ୍ରତିଶତ ଭୋଟ ମିଳିଛି। ଫଳରେ ସଂଯୁକ୍ତ ଭୋଟ ପ୍ରତିଶତରେ ଏବେ କଂଗ୍ରେସ୍,ଜେଏମଏମ ଓ ଆରଜେଡି ମେଣ୍ଟ ରାଜ୍ୟରେ ସରକାର ଗଢିବେ। ରାଜନୀତି ଅଙ୍କ ଗଣିତ ସୂତ୍ର ଭୁଲ କରିବା ଯୋଗୁ ବିଜେପିକୁ ପରାଜୟ ସ୍ୱୀକାର କରିବାକୁ ପଡିଛି। ଦଳରେ ବିଦ୍ରୋହୀଙ୍କୁ ସନ୍ତୁଷ୍ଟ କରି ନପାରିବା ଓ ମେଣ୍ଟଙ୍କ ସହ ସ୍ୱାର୍ଥରେ ବୁଝାମଣା ନ କରିବା ଯୋଗୁ ନିଜ ସିଟ୍‌ରେ ମୁଖ୍ୟମନ୍ତ୍ରୀ ରଘୁବର ଦାସ ପରାସ୍ତ ହୋଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.