AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ଗଞ୍ଜାମ ଓ ଗଜପତି ପରିସ୍ଥିତି ସଂଗୀନ: ନିୟୋଜିତ ହେବ ଦୁଇଟି ହେଲିକପ୍ଟର, ସଂଧ୍ୟ ସୁଦ୍ଧା ୨ ଲକ୍ଷ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ଯୋଗାଇ ଦିଆଯିବ କହିଲେ ମୁଖ୍ୟ ଶାସନ ସଚିବ

12/10/2018 at 1:29 PM

ଭୁବନେଶ୍ବର ୧୨|୧୦: ରାଜ୍ୟରେ ତିତଲି ପରବର୍ତ୍ତୀ ବନ୍ୟା ସ୍ଥିତି ସଂପର୍କରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଗଞ୍ଜାମରେ ଖୁବଶୀଘ୍ର ନିୟୋଜିତ ହେବ ୨ଟି ହେଲିକପ୍ଟର । ବିଶାଖାପଟ୍ଟନମରୁ ଆସିବ ୨ଟି ନାଭାଲ ହେଲିକପଟର । ଗଞ୍ଜାମରେ ସ୍ଥିତି ସଙ୍ଗୀନ ହୋଇପଡ଼ିଛି । ଗଞ୍ଜାମରେ ସାଢେ ୫ ଲକ୍ଷ ବିଦ୍ୟୁତ ଗ୍ରାହକ ପ୍ରଭାବିତ ହୋଇଛନ୍ତି । ଗଞ୍ଜାମରେ ସଂଧ୍ୟାସୁଦ୍ଧା ୨ ଲକ୍ଷ ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଇ ଦିଆଯିବ । ଆସ୍କା ଓ ପୁରୁଷୋତ୍ତମପୁରକୁ ଛାଡ଼ି ୪୮ ଘଣ୍ଟା ଭିତରେ ଅନ୍ୟସ୍ଥାନକୁ ବିଦ୍ୟୁତ ସଂଯୋଗ  ହେବ।ଗଜପତିରେ ସଂପୂର୍ଣ୍ଣ ବିଦ୍ୟୁତ ଯୋଗାଣ ପାଇଁ ୪ ଦିନ ଲାଗିବ । ଗଜପତିର ପାରଳାଖେମୁଣ୍ଡି ସହରକୁ ଆଜି ସଂଧ୍ୟା ସୁଦ୍ଧା ବିଦ୍ୟୁତ ସଂଯୋଗ ଦିଆଯିବ । ୭୨ ଘଣ୍ଟା ଭିତରେ ରାୟଗଡ଼ାରେ ବିଦ୍ୟୁତ ସଂଯୋଗ ଦିଆଯିବ । ଗଞ୍ଜାମରେ ୬ଟି ଏନଡିଆରଏଫ, ୬ଟି ଓଡ୍ରାଫ ଟିମ୍‌ ନିୟୋଜିତ ଅଛନ୍ତି । ଗଜପତିରେ ୪ଟି ଏନଡିଆରଏଫ ଟିମ ନିୟୋଜିତ ଅଛନ୍ତି । ରାୟଗଡ଼ାରେ ଗୋଟିଏ ଏନଡିଆରଏଫ ଟିମ୍‌ ନିୟୋଜିତ କରାଯାଇଛି । ଅନ୍ୟ ଜିଲ୍ଲାରୁ ଡାକ୍ତର ଆଣି ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ନିୟୋଜିତ କରାଯାଇଛି ।

 

   Related Posts