ବିର୍ଜୁ କୁଲୁଙ୍କ ପାଇଁ ତତ୍ପର ପ୍ରଶାସନ : ଭିଟାମାଟିକୁ ଫେରାଇ ଆଣିବାକୁ ବାହାରିଲା ପ୍ରଶାସନ

Published By : Prameya-News7 Bureau | November 06, 2020 IST

ରାଉରକେଲା ୬।୧୧: ସୁନ୍ଦରଗଡ କୁତ୍ରା ବ୍ଲକ୍ କଟଙ୍ଗ ଜଙ୍ଗାରପଡ଼ା ଗାଁର ବିର୍ଜୁ କୁଲୁ ୨୦ବର୍ଷ ପାକିସ୍ତାନର ଲାହୋର ଜେଲରେ ରହିବା ପରେ ଗତ ୨୬ ତାରିଖରେ ମୁକ୍ତ ହୋଇ ଭାରତ ଆସିଥିଲେ । ସ୍ବଦେଶ ଫେରିବା ପରେ ଅମୃତସର ନାରାୟଣଗଞ୍ଜର ୧୪ ଦିନିଆ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି ।

ବିର୍ଜୁଙ୍କୁ ତାଙ୍କ ଘର ସୁନ୍ଦରଗଡକୁ ଫେରାଇ ଆଣିବା ପାଇଁ ଶୁକ୍ରବାର କୁତ୍ରା ବ୍ଲକ ପ୍ରଶାସନ ପକ୍ଷରୁ ଏକ ବୋଲେରୋ ବାହାରି ସାରିଛି । ବିର୍ଜୁଙ୍କୁ ଆଣିବା ପାଇଁ ଯାଇଛନ୍ତି କୁତ୍ରା ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମଦନ ସିଂ । ଶୁକ୍ରବାର ବାହାରି ଥିବା ଗାଡିକୁ ପୂଜାର୍ଚ୍ଚନା କରିବା ପରେ ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କା ପତାକା ଦେଖାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.