ଇସ୍ରାଲର ଦ୍ୱିତୀୟ ସବୁଠାରୁ ବଡ଼ ପୋର୍ଟ ହାଇଫା ପୋର୍ଟର ଟେଣ୍ଡର ଜିତିଲା ଆଦାନୀ ଗ୍ରୁପ୍; ୩୨ ବର୍ଷ ପାଇଁ ପୋର୍ଟ ଅପରେଟ କରିବ କମ୍ପାନୀ

Published By : Prameya-News7 Bureau | July 15, 2022 IST

ନୂଆଦିଲ୍ଲୀ: ଏସିଆର ଏକ ନମ୍ବର ଧନୀ ବ୍ୟବସାୟୀ ଗୌତମ ଆଦାନୀଙ୍କ ବ୍ୟବସାୟ ହୁ ହୁ ହୋଇ ମାଡ଼ି ଚାଲୁଛି। ଦେଶବିଦେଶରେ ତାଙ୍କ ବ୍ୟବସାୟ ବ୍ୟାପକ ହେଉଛି। ଏବେ ଇସ୍ରାଏଲ୍‌ର ହାଇଫା ପୋର୍ଟର ଘରୋଇକରଣ ପାଇଁ ଟେଣ୍ଡର ଜିତିଛି ଆଦାନୀ ଗ୍ରୁପ୍। ଗତକାଲି(୧୪ ଜୁଲାଇ) ଏଥିପାଇଁ ଟେଣ୍ଡର ଡକାଯାଇଥିଲା। ଆଦାନୀ ଗ୍ରୁପ୍ ନିଜର ସ୍ଥାନୀୟ ସହଯୋଗୀ ଗାଡୋଟ୍ ଗ୍ରୁପ୍‌ ସହ ମିଶି ଟେଣ୍ଡର ଜିତିଛି। ହାଇଫା ପୋର୍ଟ ଇସ୍ରାଏଲ୍‌ ଭୁମଧ୍ୟସାଗର ଉପକୂଳରେ ରହିଥିବା ବେଳେ ଏହା ଦେଶର ଦ୍ୱିତୀୟ ମୁଖ୍ୟ ବାଣିଜ୍ୟିକ ବନ୍ଦର।

ହାଇଫା ଟେଣ୍ଡର ଜିତିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଗୌତମ ଆଦାନୀ। ସେ ଲେଖିଛନ୍ତି “ ଆମ ସହଯୋଗୀ ଗାଡୋଟ ସହ ମିଶି ଇସ୍ରାଏଲ୍‌ର ହାଇଫା ପୋର୍ଟକୁ ଘରୋଇ କରଣ କରିବା ପାଇଁ ଟେଣ୍ଡର ଜିତିଥିବାରୁ ଆନନ୍ଦିତ। ଏହା ଉଭୟ ଦେଶ ପାଇଁ ସାମରୀକ ଓ ଐତିହାସିକ ମହତ୍ୱ ରଖିବ।”

ରୟଟର୍ସର ରିପୋର୍ଟ ଅନୁସାରେ, ପୋର୍ଟରେ ୭୦ ପ୍ରତିଶତ ଅଶଂଧନ ଆଦାନୀ ଗ୍ରୁପ୍‌ର ପାଖରେ ରହିବ। ବାକି ୩୦ ପ୍ରତିଶତ ଗାଡୋଟ ପାଖରେ ରହିବ।  ଗାଡୋଟ୍ ଇସ୍ରାଏଲ୍‌ର କ୍ୟାମେକାଲ ଓ ଲଜିଷ୍ଟିକ୍ସର ଏକ ବଡ଼ ଗ୍ରୁପ୍।

ସୂଚନା ଅନୁସାରେ, ଅଦାନୀ ଗ୍ରୁପ୍ ଇସ୍ରାଏଲ୍‌ର ଗାଡୋଟ୍ ସହ ମିଶି ୪.୧ ବିଲିୟନ ଇସ୍ରାଏଲ୍‌ ମୁଦ୍ରା ଶେକେଲ() ୯୪ ଅରବ ଟଙ୍କା) ଡାକ ଲଗାଇଥିଲେ। ଏଥିରେ ଟେଣ୍ଡରରେ ସାମିଲ୍ ହୋଇଥିବା ଅନ୍ୟ କମ୍ପାନୀମାନେ ପଛରେ ପଡ଼ିଯାଇଥିଲେ। ଟେଣ୍ଡର ଜିତିବା ସହ ଆଦାନୀ ଓ ଗାଡୋଟ୍ ଗ୍ରୁପ୍ ୩୨ ବର୍ଷ ପାଇଁ ଅର୍ଥାତ ୨୦୫୪ ପର୍ଯ୍ୟନ୍ତ ପୋର୍ଟ ଅପରେଟ୍ କରିପାରିବେ।

ଇସ୍ରାଏଲ୍‌ର ଦ୍ୱିତୀୟ ବଡ଼ୋ ପୋର୍ଟ ହାଇଫା-

ଇସ୍ରାଏଲର ସବୁଠାରୁ ବଡ଼ ବନ୍ଦର ହେଲା ଅଶଦୋଦ। ଦ୍ୱିତୀୟରେ ହାଇଫା ରହିଛି। ୨୦୨୧ରେ ଇସ୍ରାଏଲ୍‌ର ସମସ୍ତ କଣ୍ଟେନର କାର୍ଗୋ ପାଖାପାଖି ୪୭ % ଭାଗ ହାଇଫା ବନ୍ଦର ଦେଇ ଯାଇଥିଲା। ପେସେଞ୍ଜର ଟ୍ରାନ୍ସପୋର୍ଟେସନ୍‌ ଅନୁସାରେ ହାଇଫା ଇସ୍ରାଏଲ୍‌ର ମୁଖ୍ୟ ବନ୍ଦର। ୨୦୨୧ରେ ଏହି ବନ୍ଦରର ରେଭିନ୍ୟୁ ୮୪୫ ମିଲିୟନ ଶକେଲ(ପାଖାପାଖି ୧୯,୨୯ କୋଟି ଟଙ୍କା) ଓ କେବଳ ଲଭା ୨୭୧ ମିଲିୟନ(ପାଖାପାଖି ୬୧୯ କୋଟି ଟଙ୍କା) ହୋଇଥିଲା।

ଭାରତର ସବୁଠାରୁ ବଡ଼ ଘରୋଇ ପୋର୍ଟ ଅପରେଟର ଆଦାନୀ ଗ୍ରୁପ୍

ଆଦାନୀ ପୋର୍ଟ୍ସ ଆଣ୍ଡ ସ୍ପେଶାଲ ଇକୋନୋମିକ ଜୋନ୍ ଲିମିଟେଡ୍(APSEZ Ltd)  ଭାରତର ସବୁଠାରୁ ବଡ଼ ଘରୋଇ ଅପରଟେର ଓ ଆଣ୍ଡ-ଟୁ ଆଣ୍ଡ ଲଜିଷ୍ଟିକ୍ସ ପ୍ରୋଭାଇଡର କମ୍ପାନୀ। ଦୁଇ ଦଶକରୁ କମ୍ ସମୟ ଭିତରେ ଏହି କମ୍ପାନୀ ଭାରତର ବନ୍ଦରଗୁଡ଼ିକର ଭିତ୍ତିପ୍ରସ୍ତର ଓ ସେବାର ପୋର୍ଟଫୋଲିଓ ନିର୍ମାଣ, ଅଧିଗ୍ରହଣ ଓ ବିକାଶ ବି କରିଛି। ଏହାର ୧୩ ଷ୍ଟ୍ରେଜିକାଲୀ ଲୋକେଟେଡ୍ ପୋଟର୍ସ ଓ ଟର୍ମିନଲ ଦେଶର ବନ୍ଦରଗୁଡ଼ିକର କ୍ଷମତାର ୨୪ ପ୍ରତିଶତ କଭର କରିଛି। ଏହି କମ୍ପାନୀକୁ ୧୯୯୮ରେ ଇନକର୍ପୋରେଟ୍ କରାଯାଇଥିଲା। ସେତେବେଳେ ଏହାର ନାଁ ଗୁଜୁରାଟ ଆଦାନୀ ପୋର୍ଟ ଲିମିଟେଡ୍(GAPL)ଥିଲା।  

ଆଦାନୀ ଗ୍ରୁପ୍ ଅଧିନରେ ଥିବା ପୋର୍ଟ-

୧. ମୁନ୍ଦ୍ରା ପୋର୍ଟ ଗୁଜରାତ(ଦେଶର ସବୁଠାରୁ ବଡ଼ ବାଣିଜ୍ୟିକ ବନ୍ଦର)

୨.ତୁନା ଟର୍ମିନାଲ ଗୁଜୁରାଟ
୩. ଦାହେଜ୍ ପୋର୍ଟ ଗୁଜୁରାଟ
୪.ହାଜିରା ପୋର୍ଟ ଗୁଜୁରାଟ

୫. ମୋରମୁଗାଓଁ ଗୋଆ

୬. ୱିଜହିଞ୍ଜମ ପୋର୍ଟ କେରଳ

୭. କଟ୍ଟୁପଲୀ ପୋର୍ଟ ତାମିଲନାଡୁ

୮. ଏନ୍ନାର ଟର୍ମିନାଲ ତାମିଲନାଡୁ

୯. ଭାଇଜ୍ୟାଗ ଟର୍ମିନାଲ ଆନ୍ଧ୍ରପ୍ରଦେଶ
୧୦. ଧାମରା ପୋର୍ଟ ଓଡ଼ିଶା
୧୧ ଦୀଘୀ ପୋର୍ଟ ମହାରାଷ୍ଟ୍ର

୧୨.କୃଷ୍ଣାପଟ୍ଟନମ ପୋର୍ଟ ଆନ୍ଧ୍ରପ୍ରଦେଶ

୧୩. ଗଙ୍ଗାବରମ ପୋର୍ଟ ଆନ୍ଧ୍ରପ୍ରଦେଶ

୧୯୯୨ରେ ଆମଦାନୀ-ରପ୍ତାନୀରେ ବ୍ୟବସାୟ ଆରମ୍ଭ

ଗୌତମ ଆଦାନୀ ୧୯୯୨ରେ ଆଦାନୀ ଏକ୍ସପୋର୍ଟର ନାଁରେ ଆମଦାନୀ ରପ୍ତାନୀ ଆରମ୍ଭ କରିଥିଲେ। ଏହାପରେ ଗ୍ରୋଥ୍ ୱିଥ୍ ଗୁଡ୍‌ନେସ୍ ଭିଜନରେ ଦେଶରେ ୨୦ ବନ୍ଦରରେ କାରବାର କରୁଥିଲା। ୧୯୯୫ରେ ଭାରତ ସରକାର ନିର୍ମାଣ କ୍ଷେତ୍ରରେ ଘରୋଇ ପୁଞ୍ଜି ନିବେଶ ନେଇ ଘୋଷଣା କଲେ। ଏହାପରେ ମୁନ୍ଦ୍ରାପୋର୍ଟ ବିକଶିତ ହେଲା ଓ ନିର୍ମାଣ କ୍ଷେତ୍ରରେ ଆଦାନୀ ଗ୍ରୁପ୍‌ରେ ପ୍ରବେଶ ହେଲା। ପୋର୍ଟର ଆଖପାଖ ଆଦାନୀ ଗ୍ରୁପର ଅନେକ ଜମି ରହିଥିଲା। ବର୍ଷ ୨୦୦୬-୦୭ରେ ବିଦ୍ୟୁତ ସଂକଟ ଦେଖାଦେବାରୁ ସରକାର ବିଦ୍ୟୁତ ଆଇନର ସଂଶୋଧନ କରିଥିଲେ। ତେବେ ମୁନ୍ଦ୍ରାପୋର୍ଟରେ ଆଦାନୀ ପାୱାର ପ୍ଲାଣ୍ଟର ସ୍ଥାପନା କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.