ପ୍ରଖ୍ୟାତ ଚିତ୍ରକର ତଥା ବଲିଉଡ୍ ଅଭିନେତ୍ରୀ ଲଳିତା ଲାଜମୀଙ୍କ ପରଲୋକ

Published By : Prameya-News7 Bureau | February 13, 2023 IST

ନୂଆଦିଲ୍ଳୀ, ୧୩/୦୨: ଦିଗ୍ଗଜ କଳାକାର ତଥା ଚିତ୍ରକାର ଲଳିତା ଲାଜମୀଙ୍କ ପରଲୋକ। ସୋମବାର ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ଲଳିତା ଲାଜମୀ ନିର୍ଦେ୍ଦଶକ-ଅଭିନେତା ଗୁରୁ ଦତ୍ତଙ୍କ ଭଉଣୀ। ସେ ଆମୀର ଖାନ୍‌ଙ୍କ ଫିଲ୍ମ ‘ତାରେ ଜମିନ୍‌ ପର୍‌’ରେ କାମ କରିଥିଲେ। ଫିଲ୍ମରେ ତାଙ୍କର ସ୍ବତନ୍ତ୍ର ଅଭିନୟରେ ଦେଖିବାକୁ ମିଳିଥିଲା। ତାଙ୍କର ଦେହାନ୍ତ ନେଇ ଜହାଙ୍ଗୀର ନିକୋଲ୍ସନ ଆର୍ଟ ଫାଉଣ୍ଡେସନ ଏହାର ସୋସିଆଲ ମିଡିଆରେ ଦିଆଯାଇଛି।

ଫାଉଣ୍ଡେସନ ତରଫରୁ ଏହାର ସୋସିଆଲ ମିଡିଆରେ ଲେଖିଛି, ‘‘ ଲଳିତା ଲାଜମୀଙ୍କ ନିଧନର ଖବରରେ ଆମେ ଦୁଃଖିତ। ଲାଜମୀଙ୍କୁ ଶାସ୍ତ୍ରୀୟ ନୃତ୍ୟରେ ଗଭୀର ରୁଚି ରହିଥିଲା ଏବଂ ସେ ନିଜେ ଶିଖିଥିବା କଳାକାର ଥିଲେ। ‘‘ଡାନ୍ସ ଅଫ୍ ଲାଇଫ୍ ଆଣ୍ଡ୍‌ ଡେଥ୍‌’’ରେ ତାଙ୍କର କଳାଚାତୁରିର ନିଖୁଣ ପ୍ରଦର୍ଶନ। ପୋଷ୍ଟରେ ୟୁଜର୍ସ ମାନେ ତାଙ୍କର ଦେହାନ୍ତକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।

୨୦୧୮ ରେ ହୋଇଥିଲା ଝିଅଙ୍କ ମୃତ୍ୟୁ:

ଲଲିତା ଲାଜମୀଙ୍କ ଝିଅ କଳ୍ପନା ଲାଜମୀ ହିନ୍ଦୀ ସିନେମାର ଜଣେ ପ୍ରସିଦ୍ଧ ନି​‌ର୍ଦେ୍ଦଶକ ଥିଲେ। ୨୦୧୮ ରେ କଳ୍ପନାଙ୍କ ମୃତ୍ୟୁ କିଡନୀ କ୍ୟାନ୍ସରରେ ହୋଇଥିଲା। ଲଳିତା ଲାଜମୀ କହିଥିଲେ ଯେତେବେଳେ ତାଙ୍କ ଝିଅ ରୋଗାଗ୍ରସ୍ତ ଥିଲେ ତେବେ ସେହି ସମୟରେ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ତାଙ୍କର ସାହାଯ୍ୟ କରିଥିଲେ। ଏଥିରେ ଆମୀର ଖାନ୍, ଆଲିଆ ଭଟ୍ଟ, ସୋନୀ ରାଜଦାନ, ନୀନା ଗୁପ୍ତା, ରୋହିତ ସେଟ୍ଟୀ, କରନ ଜୋହର ଏବଂ ସଲମାନ ଖାନ୍ ସାହାଯ୍ୟ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.