ଅଭିନେତା ସବ୍ୟସାଚୀ ମିଶ୍ର ପାଇବେ ମହାତ୍ମା ଗାନ୍ଧୀ ସେବା ସମ୍ମାନ

Published By : Prameya-News7 Bureau | October 02, 2020 IST

ଭୁବନେଶ୍ବର ୨।୧୦: ଚଳଚ୍ଚିତ୍ର ଅଭିନେତା ତଥା ସମାଜସେବୀ ସବ୍ୟସାଚୀ ମିଶ୍ର ପାଇବେ ଜାତୀୟ ମହାତ୍ମା ଗାନ୍ଧୀ ସେବା ସମ୍ମାନ । ଓଡିଶା ସ୍କାଉଟ୍ ଗାଇଡ୍ ଫେଲୋସିପ୍ ତରଫରୁ ଜାତୀୟ ମହାତ୍ମା ଗାନ୍ଧୀ ସେବା ସମ୍ମାନ ୨୦୨୦ ପାଇଁ ସବ୍ୟସାଚୀଙ୍କୁ ମନୋନୀତ କରାଯାଇଛି । କୋଭିଡ୍ ସମୟରେ ଲୋକଙ୍କ ପାଇଁ ରିୟଲ ହିରୋ ସାଜିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର । ବହୁ ପ୍ରବାସୀ ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବାରେ ତାଙ୍କର ଥିଲା ଅତୁଳନୀୟ ଅବଦାନ ।

{"id":337534,"sizeSlug":"large"}

ଏହାସହ କର୍ଣ୍ଣାଟକର ତଥା ଜାତୀୟ ସ୍କାଉଟ୍ ଗାଇଡ୍ ଫେଲୋସିପ୍ ର ସଭାପତି ଏମ.ଏ.କେ ମିକିଙ୍କୁ ୨୦୨୦ ଲାଲ ବାହାଦୂର ଶାନ୍ତି ଦୂତ ସମ୍ମାନରେ ସମ୍ମାନୀତ କରାଯିବ ।

{"id":337546,"sizeSlug":"large"}

ଓଡିଶା ସ୍କାଉଟ୍ ଗାଇଡ୍ ଫେଲୋସିପ୍ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ରାଜ୍ୟ ସଭାପତି ଡଃ କାଳି ପ୍ରସାଦ ମିଶ୍ର, ଉପ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଡ଼ଃ ପ୍ରଣବ ମହାପାତ୍ର, ରାଜ୍ୟ ସମ୍ପାଦକ ଋଷି ପଟ୍ଟନାୟକ, ଗୁରୁ ପୀତାମ୍ବର ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.