ବିବାଦରେ ଯାତ୍ରା ହିରୋ ପିୟୁଷ ତ୍ରିପାଠୀ, ଚୁକ୍ତି ପରେ ବି କହିଲେ ଯିବିନି ସିଂହବାହିନୀ

Published By : Prameya-News7 Bureau | February 27, 2025 IST

ବାଲେଶ୍ୱର: ବିବାଦରେ ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀ । ଆଗାମୀ ଯାତ୍ରା ଋତୁ ୨୦୨୫/୨୬ ପାଇଁ ଯାତ୍ରା ସିଂହବାହିନୀ ଠାରୁ ଅଗ୍ରିମ ନେବା ସହ ଚୁକ୍ତି ମଧ୍ୟ କରିଛନ୍ତି । ଯାତ୍ରା ସିଂହାବାହିନୀ ଆଗାମୀ ଯାତ୍ରା ଋତୁ ଷ୍ଟାର କାଷ୍ଟରେ ପିୟୁଷ ତ୍ରିପାଠୀଙ୍କ ନାମ ସୋସିଆଲ ମିଡିଆରେ ଦେବା ପରେ ପିୟୁଷ ମଧ୍ୟ ତାଙ୍କ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଛାଡିଛନ୍ତି । 

ଯାତ୍ରା ସିଂହବାହିନୀକୁ ସେ ଯାଉନାହାନ୍ତି କିନ୍ତୁ ଚୁକ୍ତି କରିଛନ୍ତି ବୋଲି ପିୟୁଷ କହିଛନ୍ତି। ଆଗାମୀ ଯାତ୍ରା ଋତୁ ପାଇଁ ପିୟୁଷ ତ୍ରିପାଠୀ ସିଂହବାହିନୀ ମାଲିକଙ୍କ ଠାରୁ ଏକ ଫରଚୁନର ଗାଡି ନେବା ସହ ବ୍ୟାଙ୍କ ଆକାଉଣ୍ଡରେ ୩୦ ଲକ୍ଷ ଟଙ୍କା ଆଉ ୨୫ ଲକ୍ଷ ଟଙ୍କା ନଗଦ କ୍ୟାସ ନେବା ସହ ଚୁକ୍ତି ପତ୍ର ମଧ୍ୟ କରିଛନ୍ତି । 

ତଥାପି ତା ପରେ ବି ସେ ସିଂହବାହିନୀକୁ ଯିବେ ନାହିଁ ବୋଲି ସୋସିଆଲ ମିଡ଼ିଆରେ ପ୍ରତିକ୍ରିୟା ଦେଇଛନ୍ତି ଏହି ଷ୍ଟାର ଯାତ୍ରା ଅଭିନେତା। ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଯାତ୍ରା ସିଂହବାହିନୀ ମାଲିକ ସଂଜୀବ ପାଢୀ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.