ବ୍ରେକ୍‌ ଅପ୍‌ ପ୍ରତିଶୋଧ ପାଇଁ ପ୍ରେମିକା ଉପରେ ଏସିଡ୍‌ ଫିଙ୍ଗିଲା ପ୍ରେମିକ, ୩ ଗିରଫ

Published By : Prameya-News7 Bureau | December 14, 2022 IST

ନୂଆଦିଲ୍ଲୀ, ୧୪/୧୨: ପ୍ରେମିକା ସହ ବ୍ରେକ୍‌ଅପ୍‌ ହେବା ପରେ ପ୍ରେମିକର ପ୍ରତିଶୋଧ । ୧୭ ବର୍ଷୀୟା ପ୍ରେମିକାର ଉପରେ ମାଡ଼ କଲା ଏସିଡ୍‌ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀ ରେ । ଏହି ମାମଲାରେ ପ୍ରେମିକ ସହ ତାର ଦୁଇଜଣ ସାଙ୍ଗଙ୍କୁ ମଧ୍ୟ ପୋଲିସ୍‌ ଗିରଫ କରିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ଦିଲ୍ଲୀର ମୋହନ ଗାର୍ଡେନ୍‌ ଅଞ୍ଚଳରେ ଘଟିଛି । ପୀଡ଼ିତା ପ୍ରମିକାଙ୍କ ସହ ସଚିନ୍‌ ଆରେରା ନାମକ ଜଣେ ଯୁବକଙ୍କର କିଛିଦିନ ଧରି ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ହେଲେ ଦୁହିଁଙ୍କ ମଧ୍ୟର ୩ ମାସ ତଳେ ବ୍ରେକ୍‌ଅପ୍‌ ହୋଇଯାଇଥିଲା । ଯାହାକି ସଚିନ୍‌ ଚାହୁଁ ନଥିଲା । ଏଥିପାଇଁ ସେ ପ୍ରମିକାକୁ ହତ୍ୟା କରିବା ନେଇ ଯୋଜନା କରିଥିଲା । ଏଥିପାଇଁ ସଚିନ୍‌ ଅନ୍‌ଲାଇନ୍‌ ମାଧ୍ୟମରେ ଏସିଡ୍‌ ମଧ୍ୟ ଅର୍ଡର କରିଥିବା ଜଣାପଡ଼ିଛି ।

ଗତ ବୁଧବାର ସକାଳ ସମୟରେ ଦିଲ୍ଲୀ ମୋହନ ଗାର୍ଡେନ୍‌ ଅଞ୍ଚଳରେ ସେମାନେ ଦୁଇଟି ବାଇକ୍‌ରେ ଏସିଡ୍‌ ମାଡ଼ କରିବା ପାଇଁ ଯାଇଥିଲେ । ହର୍ସିତ୍‌ ନାମକ ଜଣେ ଯୁବକ ଗାଡ଼ି ଚଳାଉଥିବା ବେଳେ ତା ପଛରେ ବିଫଳ ପ୍ରେମିକ ସଚିନ୍‌ ବସିଥିଲା । ପ୍ରେମିକା ଉପରକୁ ସେ ଏସିଡ୍‌ ମାଡ଼ କରି ଫେରାର ହୋଇଯାଇଥିଲା । ପୋଲିସ୍‌ ଏ ସମ୍ପର୍କରେ ଖବର ପାଇ ଯୁବତୀଙ୍କୁ ଉଦ୍ଧାର କରିଥିଲା । ଯୁବତୀ ଏବେ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି ।

ତେବେ ପୋଲିସ୍‌ର ସୂଚନା ଅନୁସାରେ ବ୍ରେକ୍‌ଅପ୍‌ ପରେ ଯୁବତୀ ସଚିନ୍‌ ସହ କଥା ବର୍ତ୍ତା ବନ୍ଦ କରିଦେଇଥିଲେ । ଯାହାର ପ୍ରତିଶୋଧ ନେବା ପାଇଁ ସଚିନ୍‌ ଏପରି କାଣ୍ଡ ଘଟାଇଛି । ତା ସହ ଅନ୍ୟ ଦୁଇଜଣ ହର୍ଷିତ୍‌ ଏବଂ ବିରେନ୍ଦ୍ର ଏଥିରେ ଜଡ଼ିତ ଅଛନ୍ତି । ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍‌ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.