ଦାରିଙ୍ଗବାଡିରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣା ; ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ୩ ନିଲମ୍ବିତ, ଅଭିଯୁକ୍ତ ଗିରଫ

Published By : Prameya-News7 Bureau | January 14, 2019 IST

ଦାରିଙ୍ଗବାଡି ୧୪|୧: କନ୍ଧମାଳ ଦାରିଙ୍ଗବାଡ଼ି ଗ୍ରୀନ୍ ବାଡ଼ି ଆବାସିକ ସ୍କୁଲରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ କରିବା ଏବଂ ପରେ ତାକୁ ଜଙ୍ଗଲକୁ ତଡ଼ିଦେବା ଘଟଣାକୁ ନେଇ ସାରା ରାଜ୍ୟ ହୁଲୁସ୍ତୁଲ ହୋଇଛି । ନ୍ୟୁଜ୍ ସେଭେନରେ ଏହି ଖବର ପ୍ରସାରଣ ପରେ ଗୋଟିଏ ପଟେ ସରକାର ଆକ୍ସନକୁ ଆସିଛନ୍ତି । ୧୦ ଦିନ ଭିତରେ ଘଟଣାର ତଦନ୍ତ ରିପୋର୍ଟ ଦେବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ପ୍ରଶାସନ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିଥିବା ବେଳେ, ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ପ୍ରଧାନଶିକ୍ଷୟିତ୍ରୀ ରାଧାରାଣୀ ଦଳେଇଙ୍କୁ ନିଲମ୍ବିତ କରାଯାଇଛି।  ୩ ମହିଳା ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟଙ୍କୁ ନିଲମ୍ବିତ କରାଯାଇଛି। ୨ ମାଟ୍ରନ, ଜଣେ ଏଏନଏମ, ୨ କୁକ୍ ଙ୍କୁ ବହିଷ୍କାର କରାଯାଇଛି।

{"id":73414}

ଘଟଣାରେ ତଦନ୍ତ କରି ରିପୋର୍ଟ ଦେବେ କନ୍ଧମାଳ ଜିଲ୍ଲାପାଳ । ଜିଲ୍ଲାପାଳ ତଦନ୍ତ ପାସ୍ କରିଛନ୍ତି ଉପଜିଲ୍ଲାପାଳଙ୍କ ନିକଟକୁ ।  କେଉଁ ପରିସ୍ଥିତିର ଛାତ୍ରୀ ମାଆ ହେଲେ, ଏଥିପାଇଁ କିଏ ଦାୟୀ ସେନେଇ ତଦନ୍ତ ହେବ । ସେପଟେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍ଥାନୀୟ କଲେଜର ଏକ ଯୁକ୍ତ ୩ ଛାତ୍ରକୁ ଧରିଛି ପୋଲିସ। ଥଣ୍ଡାରେ ପୀଡିତା ଜଣକ ଶିଶୁକନ୍ୟାକୁ ଧରି ଜଙ୍ଗଲ ଭିତରେ ପଡିଥିଲେ । ଲଜ୍ଜା ଏବଂ ପୀଡା ପରେ ନିର୍ଯାତନା ଦିଆଯାଇଛି । ଏନେଇ ଖବର ପ୍ରସାରଣ ପରେ ହିଁ ଆକ୍ସନକୁ ଆସିଥିଲେ ଜିଲ୍ଲା ମଙ୍ଗଳ ଅଧିକାରୀ । ପୀଡିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ପୀଡ଼ିତାଙ୍କୁ ବ୍ରହ୍ମପୁର ଏମ୍ କେସିଜି ମେଡିକାଲ ସ୍ଥାନାନ୍ତର କରାଯିବା ପାଇଁ ଚିନ୍ତା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.