krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କେନ୍ଦ୍ର ଅର୍ଡିନାନ୍ସ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ଆମ୍ ଆଦ୍‌ମୀ ପାର୍ଟି

30/06/2023 at 5:58 PM

ନୂଆଦିଲ୍ଲୀ: କେନ୍ଦ୍ରର ଅର୍ଡିନାନ୍ସ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ଆମ ଆଦ୍‌ମୀ ପାର୍ଟି(ଆପ୍)। ଶୁକ୍ରବାର ଏନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରି କେନ୍ଦ୍ର ସରକାରଙ୍କ ଦିଲ୍ଲୀ ଅର୍ଡିନାନ୍ସ ଉପରେ ତୁରନ୍ତ ରହିତାଦେଶ ଲଗାଇବାକୁ ଦଳ ଦାବି କରିଛି। ଏହି ଅର୍ଡିନାନ୍ସ ନିର୍ବାଚିତ ସରକାରଙ୍କୁ ସିଭିଲ ସର୍ଭିସ୍ ଉପରେ ନିୟନ୍ତ୍ରଣ ରଖିବାରୁ ଦୂରେଇ ଦେଉଛି। ଅର୍ଡିନାନ୍ସ ଅସାମ୍ବିଧାନିକ କହିଛି ଆପ୍।

ସୁପ୍ରିମକୋର୍ଟରେ ଆଦେନ ପରେ ବି ଆପ୍‌ ଜୁଲାଇ ୩ ତାରିଖ ଠାରୁ କେନ୍ଦ୍ର ଅର୍ଡିନାନ୍ସ ବିରୋଧରେ ପର୍ଯ୍ୟାୟ କ୍ରମେ ଆନ୍ଦୋଳନ କରିବ। ଏହି ଆଭିଯାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନେତୃତ୍ୱ ନେବେ ବୋଲି ସୂଚନା ମିଳିଛି।

Except Congress, 11 other parties opposed Delhi ordinance, 'suspicion'  about its real intentions: AAP after opposition meet - Articles

ପଢ଼ନ୍ତୁ ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ବଢିବ ସିନ୍ଦେଙ୍କ ଶକ୍ତି, ମୋଦୀ ସରକାରରେ ମିଳିବ ଦୁଇ ବିଭାଗ ! ରାଜ୍ୟରେ ହେବ ମନ୍ତ୍ରିମଣ୍ଡଳ ସଂପ୍ରସାରଣ

କେନ୍ଦ୍ରର ନିୟମକୁ ଅସାମ୍ବିଧାନିକ ବୋଲି କହି ଆପ୍ ସରକାର କହିଛି ଯେ ଏହା ଧାରା ୨୩୯ଏଏ (ଦିଲ୍ଲୀର ଶାସନ ଗଠନ ବ୍ୟବସ୍ଥା)ରେ ଥିବା ସଂଘୀୟ, ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ଉଲ୍ଲଂଘନ କରୁଛି। ଧାରା ୨୩୯ଏଏ ର ଯୋଜନା ଅନୁଯାୟୀ, ଉପରାଜ୍ୟପାଳଙ୍କୁ କେବଳ ଦିଲ୍ଲୀର ବିଧାନସଭା ତଥା କାର୍ଯ୍ୟକାରୀ କ୍ଷେତ୍ର ବାହାର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଅଧିକାର ରହିଛି।

ଦିଲ୍ଲୀର ନିର୍ବାଚିତ ସରକାରଙ୍କ କ୍ଷମତାକୁ ହ୍ରାସ କରିବା ପାଇଁ ମେ ୧୯ ତାରିଖରେ କେନ୍ଦ୍ର ସରକାର ଏହି ଅର୍ଡିନାନ୍ସ ଆଣିଛନ୍ତି। ସୁପ୍ରିମକୋର୍ଟ ଦିଲ୍ଲୀର ସିଭିଲ ସର୍ଭସ ନିୟନ୍ତ୍ରଣକୁ ନିର୍ବାଚିତ ସରକାରଙ୍କୁ ହସ୍ତାନ୍ତର କରିବାର କିଛି ଦିନ ପରେ କେନ୍ଦ୍ର ଏଭଳି ଅର୍ଡିନାନ୍ସ ଆଣିଥିଲେ। ଏହାକୁ ବିରୋଧ କରି ଅରବିନ୍ଦ କେଜ୍ରିୱାଲ ଦେଶର ବିଭିନ୍ନ ବିରୋଧୀ ଦଳଙ୍କୁ ଭେଟି ସମର୍ଥନ ମାଗିଥିଲେ। ଏଥିରେ ଅନେକ ଅଣବିଜେପି ଦଳ କେନ୍ଦ୍ର ଅର୍ଡିାନ୍ସକୁ ବିରୋଧ କରି ଆପକୁ ସମର୍ଥନ କରିଥିବା ବେଳେ କଂଗ୍ରେସ ଏପର୍ଯ୍ୟନ୍ତ ନିରବ ରହିଛି।

Will oppose Delhi ordinance in Rajya Sabha: Mamata Banerjee promises  Kejriwal | Kolkata - Hindustan Times

ପଢ଼ନ୍ତୁ-ସମାନ ନାଗରିକ ସଂହିତା ପାଇଁ ବଢୁଛି ସମର୍ଥନ; ଆପ୍‌ ପରେ ଉଦ୍ଧବ ଠାକରେଙ୍କ ଦଳ ମଧ୍ୟ ଦେଲା ସମର୍ଥନ

ଜୁନ୍ ୨୩  ବିହାର ପାଟନାରେ ବିରୋଧୀଦଳଙ୍କ ବୈଠକରେ ଅରବିନ୍ଦ କେଜ୍ରିୱାଲ ପ୍ରସଙ୍ଗ ଉଠାଇଥିଲ। ଏଥିରେ ଉଭୟ କଂଗ୍ରେସ ଓ ଆପ୍‌କୁ ମତାନ୍ତର ଦୂର କରିବାକୁ ମମତା ବାନାର୍ଜୀ ପରାମର୍ଶ ଦେଇଥିଲେ।

   Related Posts