Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଜେଲରେ ଜଘନ୍ୟ ଅପରାଧୀଙ୍କ ଗହଣରେ ରଖା ଯାଇଛି ସିସୋଦିଆଙ୍କୁ, ବିଜେପି ବିରୋଧରେ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ ଆଣିଲା ଆପ୍

8/03/2023 at 4:20 PM

ନୂଆଦିଲ୍ଲୀ ୮।୩: ଦିଲ୍ଲୀ ମଦ ଦୁର୍ନୀତିକୁ ନେଇ ରୋଜ ନୂଆ ରାଜନୀତି ହେଉଛି। ବୁଧବାର ହୋଲି ଅବସରରେ ଆମ ଆଦମୀ ପାର୍ଟି (ଆପ) ବିଧାୟକ ସୌରଭ ଭରଦ୍ୱାଜ କେନ୍ଦ୍ରସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଷଡ଼ଯନ୍ତ୍ର ଯୋଗୁ ଆଜି ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଜେଲରେ ଥିବା ସେ କହିଛନ୍ତି। ତାଙ୍କ ଏକ ଷଡ଼ଯନ୍ତ୍ରରେ ଜେଲ ନମ୍ବର ୧ରେ ରଖାଯାଇଥିବା ସେ କହିଛନ୍ତି। ଫାଷ୍ଟ ଟାଇମ ଅଣ୍ଡର ଟ୍ରାୟଲଙ୍କୁ ଜେଲ ନମ୍ବର ୧ରେ ରଖା ଯାଏ ନାହିଁ ବୋଲି ମୁଁ ଜାଣିବାକୁ ପାଇଥିବା ଭରଦ୍ୱାଜ କହିଛନ୍ତି।

ଜେଲ ନମ୍ବର ୧ରେ ଦେଶର ସବୁଠୁ ବିପଦଜନକ ଓ ଦୁର୍ଦ୍ଦାନ୍ତ ଅପରାଧୀ ରହନ୍ତି ବୋଲି ସୌରଭ ଭରଦ୍ୱାଜ କହିଛନ୍ତି। ଏଠାରେ ରହୁଥିବା ବନ୍ଦୀମାନେ ପ୍ରାୟତଃ ଟିଭି ଖବରରେ ଦେଖାଯାଇଥାନ୍ତି। ଏହି ଅପରାଧୀମାନେ ପ୍ରାୟତଃ ମାନସିକ ରୋଗୀ ଓ ଗୋଟିଏ ଇସାରାରେ କାହାକୁ ବି ହତ୍ୟା କରିଦେଇପାରନ୍ତି। ଭରଦ୍ୱାଜ କହିଛନ୍ତି ଯେ ଆମେ ବିଜେପିର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ, ତେବେ ରାଜନୀତିରେ ଏପରି ଶତ୍ରୁତା କରାଯାଏ ବୋଲି ପ୍ରଥମ ଥର ଜାଣୁଛି।

ଦିଲ୍ଲୀରେ ବିଜେପି ଆମକୁ ହରାଇ ପାରୁନି। ତେବେ ପରାଜୟର ପ୍ରତିଶୋଧ ପ୍ରଧାନମନ୍ତ୍ରୀ ଏପରି ନେବେ? ବୋଲି ଭରଦ୍ୱାଜ ପ୍ରଶ୍ନ କରିଛନ୍ତି। ଏବେ ଏହି ଷଡ଼ଯନ୍ତ୍ର ଶୀର୍ଷ ନେତାଙ୍କ ହତ୍ୟା ପର୍ଯ୍ୟନ୍ତ ପହଞ୍ଚି ଯାଇଛି, ଏହା ବିପଦଜନକ ସଂକେତ, ଆମେ ଏହାକୁ ନିନ୍ଦା କରୁଛୁ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ କୋର୍ଟଙ୍କ ଆଦେଶରେ ତାଙ୍କୁ ବିପଶ୍ୟନା ସେଲରେ ରଖାଯିବା କଥା। ତେବେ ତାଙ୍କୁ ବିପଦଜନକ ବନ୍ଦୀମାନଙ୍କ ସହିତ କାହିଁକି ରଖାଯାଇଛି ବୋଲି ଭରଦ୍ୱାଜ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ଯେ ଆଜି ଆମ ମଧ୍ୟରେ ମନିଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ନାହାନ୍ତି। ତେବେ ଏହା ଏବେ ଚିନ୍ତାର ବିଷୟ ପାଲଟିଛି କଣ କେନ୍ଦ୍ର ସରକାର ରାଜନୈତିକ ହତ୍ୟା ବି କରିବେ? ଭରଦ୍ୱାଜଙ୍କ ପରି ସାଂସଦ ସଞ୍ଜୟ ସିଂହ ମଧ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି। ସଞ୍ଜୟ ସିଂହ କହିଛନ୍ତି ଯେ ଦିଲ୍ଲୀ ମଦ ଦୁର୍ନୀତିର ନା ମୁଣ୍ଡ ଅଛି ନା ଗୋଡ। ଏହା ସତ୍ତ୍ୱେ ମନିଷ ସିସୋଦିଆଙ୍କ ଘର, ବ୍ୟାଙ୍କ ଓ ଗାଁରେ ଚଢଉ କରାଯାଇଛି। ଏହି ସବୁ ଚଢଉରେ ସିବିଆଇକୁ କିଛି ବି ମିଳିନି। ମାମଲାରେ ସିବିଆଇ ୨ଟି ଚାର୍ଜସିଟ୍‌ ଦାଖଲ କରିଛି, ହେଲେ କେଉଁଥିରେ ସିସୋଦିଆଙ୍କ ନାମ ବି ନାହିଁ। ତେବେ ତାଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ କହି ଗିରଫ କରାଯିବା ସହ ଜେଲକୁ ପଠାଇ ଦିଆଯାଇଛି ବୋଲି ସିଂହ କହିଛନ୍ତି।

ସଞ୍ଜୟ ସିଂହ କହିଛନ୍ତି ଯେ ଜେଲରେ ମନିଷ ସିସୋଦିଆଙ୍କୁ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଗହଣରେ ରଖି ତାଙ୍କୁ ହତ୍ୟା କରିବା ଲାଗି ଷଡ଼ଯନ୍ତ୍ର କରାଯାଇଛି। ସେ କହିଛନ୍ତି ଯେ କର୍ଣ୍ଣାଟକରେ ବିଜେପି ବିଧାୟକଙ୍କ ପୁଅ ଘରୁ ୮ କୋଟି ଟଙ୍କା ନଗଦ ମିଳିଲା। ତେବେ ସିବିଆଇ କି ଇଡି ସେଠାରେ ପହଞ୍ଚି ପାରିଲେନି। ଏଥିରେ ବିଜେପି ବିଧାୟକଙ୍କ ପୁଅକୁ ବେଲ ବି ମିଳି ଯାଉଛି। ସେହିପରି ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ୭ ମାସ ପରେ ତାଙ୍କ ଚିକିତ୍ସା କରାଇ ଫେରିଛନ୍ତି। ସେ କିଡନୀ ରୋଗରେ ଆକ୍ରାନ୍ତ ଅଛନ୍ତି, ତାଙ୍କର ଦିଲ୍ଲୀ ଫେରିବା ମାସଟିଏ ବି ହୋଇନି ସିବିଆଇ ପଚରା ଉଚରା ପାଇଁ ତାଙ୍କ ଝିଅଙ୍କ ଘରେ ପହଞ୍ଚି ଯାଇଛି।

ଉଲ୍ଲେଖଯୋଗ୍ୟ ଯେ ସିବିଆଇ ମନିଷ ସିସୋଦିଆଙ୍କୁ ଫେବୃଆରୀ ୨୬ ତାରିଖ ଦିନ ଗିରଫ କରିଥିଲା।  ଦିଲ୍ଲୀ ସରକାରଙ୍କ ବିବାଦୀୟ ମଦ ଦୁର୍ନୀତି ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ କରାଯାଇଛି। ସିବିଆଇ ମାମଲାର ୬ ମାସ ତଦନ୍ତ ପରେ ଏହି ପଦକ୍ଷେପ ନେଇଛି। ଦିଲ୍ଲୀ ସରକାର ୧୭ ନଭେମ୍ବର ୨୦୨୧ରେ ନୂଆ ଏକ୍ସାଇଜ ପଲିସି ଲାଗୁ କରିଥିଲେ। ଦିଲ୍ଲୀ ସରକାର ନୂଆ ଏକ୍ସାଇଜ ପଲିସିରେ ମାଫିଆ ରାଜ ସମାପ୍ତିର ତର୍କ ଦେଇଥିଲେ। ଏହା ଦ୍ୱାରା ସରକାରଙ୍କ ରାଜସ୍ୱ ମଧ୍ୟ ବୃଦ୍ଧି ହେବ ବୋଲି କହିଥିଲେ।

   Related Posts