ଆସନ୍ତା ୧୮ ଓ ୧୯ରେ ମୁମ୍ବାଇରେ ହେବ ଦୁଇ ଦିନିଆ ନିବେଶକ ସମ୍ମିଳନୀ : ଶିଳ୍ପ ମନ୍ତ୍ରୀ

Published By : Prameya-News7 Bureau | October 15, 2024 IST

ଭୁବନେଶ୍ବର ୧୫।୧୦: ମୁମ୍ବାଇରେ ଓଡିଶା ସରକାରଙ୍କ ଦୁଇ ଦିନିଆ ନିବେଶକ ସମ୍ମିଳନୀ ଓ ରୋଡ଼ ଶୋ' । ଆସନ୍ତା ୧୮ ଓ ୧୯ରେ ଶିଳ୍ପ ନଗରୀ ମୁମ୍ବାଇରେ ଆୟୋଜିତ ହେବ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଓ ରାଜ୍ୟର ବରିଷ୍ଠ ଅଧିକାରୀ । ରାଜ୍ୟରେ ଶିଳ୍ପାୟନ ଲାଗି ଦିଲ୍ଲୀ ପରେ ମୁମ୍ବାଇରେ ନିବେଶକ ଓ ପୁଞ୍ଜି ନିବେଶକଙ୍କ ସହ ଆଲୋଚନା କରିବେ ରାଜ୍ୟ ସରକାର । ୧୮ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ହେବାକୁ ଇଣ୍ଡିଆ  କେମ. କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମକୁ ଉଦଘାଟନ କରିବେ କେନ୍ଦ୍ର ରସାୟନ ମନ୍ତ୍ରୀ ଜେ.ପି. ନଡ୍ଡା । ଓଡ଼ିଶାର ପାରାଦୀପ, ଗୋପାଳପୁର ଓ ଧାମରାରେ କେମିକାଲ ଶିଳ୍ପ ଆସିବା ଲାଗି ସମ୍ଭାବନା ରହିଛି । ୧୯ ତାରିଖରେ ୩୦୦ରୁ ଉର୍ଦ୍ଧ୍ବ ନିବେଶକଙ୍କ ସହ ଆଲୋଚନା କରିବେ ଓଡିଶା ସରକାର । ବିଭିନ୍ନ ସେକ୍ଟରର ନିବେଶକ ହେବେ ସାମିଲ । 

କେନ୍ଦୁଝରରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଟାସ୍କଫୋର୍ସ ଗଠନ ହୋଇଛି । ଟାସ୍କଫୋର୍ସର ଅଧ୍ୟକ୍ଷ ରହିଛନ୍ତି ମୁଖ୍ୟ ଶାସନ ସଚିବ । ଉକ୍ତ ଶିଳ୍ପ ପ୍ରତିଷ୍ଠା ଲାଗି ଦୁଇଟି ସ୍ଥାନ ନିରୂପଣ ଲାଗି ନିର୍ଦ୍ଦେଶ ରହିଛି । ଷ୍ଟିଲ ଶିଳ୍ପର ବଡ଼ ନିବେଶକଙ୍କ ସହ ଆଲୋଚନା ଚାଲିଛି । ପୂର୍ବ ସରକାର ଲୋକ ଦେଖାଣିଆ ଭାବେ ଷ୍ଟିଲ ପ୍ଲାଣ୍ଟ ଘୋଷଣା କରିଥିଲେ । ଲୋକଙ୍କ ସରକାର କଥାରେ ନୁହେଁ କାର୍ଯ୍ୟରେ କରି ଦେଖାଇବ । ନିଶ୍ଚୟ ଭାବେ କେନ୍ଦୁଝରରେ ମୋହନ ସରକାର ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବେ । ଓଡିଶା ଆଗାମୀ ଦିନରେ ଶିଳ୍ପରେ ହବ୍ ହେବାକୁ ଯାଉଛି ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ।

You Can Read:

ବାବା ବିରୁଦ୍ଧରେ ମୁହଁ ଖୋଲିଲେନି ଯୁବତୀ, ରଙ୍ଗିଲା ବାବା କୈବଲ୍ୟ ଜାନିକୁ ଛାଡିଦେଲା ପୋଲିସ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.