ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ନାରାୟଣ ଦାସଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ

Published By : Prameya-News7 Bureau | August 01, 2022 IST

ଜଗତ୍‌ସିଂହପୁର, ୦୧/୦୮: ବିଶିଷ୍ଟ ଗାନ୍ଧିବାଦୀ ସର୍ବୋଦୟ ନେତା ତଥା ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ନାରାୟଣ ଦାସଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ନାରାୟଣ ଦାସ ସ୍ମୃତି କମିଟି ପକ୍ଷରୁ ସ୍ମୃତି କମିଟିର ସମ୍ପାଦକ ଅରୁଣ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବିରିଡି ବ୍ଲକ ଅଳକା ହାଇସ୍କୁଲ ଠାରେ ଆୟୋଜିତ  ସ୍ମୃତି ଚାରଣ ସଭାରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ବରିଷ୍ଠ ସାମ୍ବାଦିକ ରବି ଦାସ, ସ୍ବାଧୀନତା ସଂଗ୍ରାମୀ କିଶୋର ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ନାରାୟଣ ଦାସଙ୍କ ବହୁମୁଖୀ ପ୍ରତିଭା ଓ ଗାନ୍ଧିବାଦୀ ଆଦର୍ଶ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ନାରାୟଣ ଦାସ ସ୍ମୃତି କମିଟି ପକ୍ଷରୁ ସ୍ମୃତିପତ୍ର ସ୍ଥିତପ୍ରଜ୍ଞକୁ ଅତିଥିମାନେ ଉନ୍ମୋଚନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.