ବିଦେଶୀ ମହିଳାଙ୍କୁ ବିବାହ କରି ୬ ବର୍ଷ ରହିଲା ପରେ ଛାଡ଼ି ଚାଲିଗଲା ଯୁବକ, ମହିଳା ନ୍ୟାୟ ମାଗିବାକୁ ଆଇନର ଦ୍ଵାରସ୍ଥ

Published By : Prameya-News7 Bureau | January 14, 2019 IST

ଆଗ୍ରା ୧୪/୧- ବିଦେଶୀଙ୍କୁ ପ୍ରେମ, ବିବାହ ଓ ତା ପରେ ୬ ବର୍ଷ ଘରସଂସାର କରିବା ପରେ ଛାଡ଼ିଚାଲିଗଲା ଯୁବକ ।  ବିଦେଶୀନି ନ୍ୟାୟପାଇଁ ଆଇନର ଦ୍ଵାରସ୍ଥ ।

ଏହି ଘଟଣା ଘଟିଛି ବୃନ୍ଦାବନରେ ।  ବ୍ରାଜିଲରୁ ଆସିଥିବା ମାରା ଗିଗିଆ ନାମକ ଜଣେ ମହିଳାଙ୍କ ସହ ପ୍ରେମ ହେବାପରେ ବିବାହ ହୋଇଥିଲା । ପଶ୍ଚିମବଙ୍ଗର ଚନ୍ଦନ ଦାଶ ନାମକ ଜଣେ ଯୁବକ ଏହି ବ୍ରାଜିଲ ମହିଳାଙ୍କୁ ବିବାହ କରିଥିଲେ । ଡ଼ିସେମ୍ବର ୨୮ ତାରଖ ୨୦୧୧ ମସିହାରେ ଇସ୍କନ ମନ୍ଦିରରେ ଦେଖାହୋଇଥିଲେ । ତା ପରେ ସେମାନଙ୍କ ଭିତରେ ପ୍ରେମ ହୋଇଥିଲା । ଅକ୍ଟୋବର ୨୯ତାରଖ ୧୦୧୨ ମସିହାରେ ଦୁହେଁ ବିବାହ କରିଥିଲେ ।  ସେମାନଙ୍କ ଠାରୁ ପୁତ୍ରସନ୍ତାନଟିଏ ମଧ୍ୟ ଜନ୍ମ ହୋଇଥିଲା ।

ସେମାନେ ବୃନ୍ଦାବନରେ ରହୁଥିଲେ । କିନ୍ତୁ ଫେବୃଆରୀ ୨୦୧୬ ମସିହାରେ ଘରକୁ ଯିବା କଥା କହି ମେଦିନାପୁର ପଳେଇଆସିଥିଲେ ଯୁବକ । ବ୍ରାଜିଲ ମହିଳା ଯେତେ ଫୋନ କରୁଥିଲେ ବି ଆଉ ଉଠାଇ ନଥିଲେ ଯୁବକ । ନିଜର ଛୋଟ ପିଲାକୁ ନେଇ ଏକା ଚଳିବା ସହଜ ହେଲାନାହିଁ । ବ୍ରାଜିଲ ମହିଳା ନ୍ୟାୟ ପାଇବାପାଇଁ କୋର୍ଟରେ ଦ୍ଵାରସ୍ଥ ହୋଇଛନ୍ତି । ପୋଲିସ ମାମଲା ରୁଜୁକରି ଅଭିଯୁକ୍ତ ଯୁବକଙ୍କୁ ଖୋଜୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.