ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିପୋଡ଼ି ପାଉଁଶ ହୋଇଗଲା ସବୁ ଆସବାବପତ୍ର
1/06/2023 at 9:16 PM

ବାଲେଶ୍ବର, ୦୧/୦୬: ରେଷ୍ଟୁରାଣ୍ଟରେ ଲାଗିଲା ଭୟଙ୍କର ନିଆଁ। ଜଳିପୋଡ଼ି ପାଉଁଶ ହୋଇଗଲା ସବୁ ଆସବାବପତ୍ର। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଝାଡ଼େଶ୍ବର ମନ୍ଦିର ନିକଟରେ।

ମିଳିଥିବା ସୂଚନା ଅନୁଯାୟୀ, ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁଁ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ହୋଇଥିଲା। ଦେଖୁଦେଖୁ ନିଆଁ ପୁରା ରେଷ୍ଟୁରାଣ୍ଟରେ ଲାଗିଥିଲା। କିଛି ସମୟ ମଧ୍ୟରେ ନିଆଁ ପାଖରେ ଥିବା ଏକ ଦୋକାନ ଏବଂ ନର୍ସରୀକୁ ମଧ୍ୟ ବ୍ୟାପିଥିଲା।

ଆହୁରି ପଢ଼ନ୍ତୁ: ଅଦିନିଆ ଝଡ ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ୧୨ବର୍ଷ ପୁଅର ଜୀବନ
ଫଳରେ ନର୍ସରୀରେ ଥିବା ଏକ ଗାଈ ଓ ୨ ବାଛୁରଙ୍କ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।ସେପଟେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଦମକଳ ବାହିନୀ।

ଆହୁରି ପଢ଼ନ୍ତୁ: ୮ ଘଣ୍ଟା ପରେ ମିଳିଲା ନିଖୋଜ ଛାତ୍ରୀଙ୍କ ମୃତଦେହ; ସମୁଦ୍ରରେ ଭାସି ଯାଇଥିଲେ