୯୫ଟି କଫ ସିରପ ଜବତ; ଜଣେ ଅଭିଯୁକ୍ତକୁ ଗିରଫ କଲା ଅବକାରୀ ବିଭାଗ

Published By : Prameya-News7 Bureau | November 04, 2022 IST

କଣ୍ଟାବାଞ୍ଜି ୦୪/୧୧: ଅବକାରୀ  ବିଭାଗ ଦ୍ୱାରା ୯୫ ବୋତଲ କଫ ସିରଫ ଜବତ ହୋଇଛି। ଏଥିରେ ଅବକାରୀ ବିଭାଗ ଜଣକୁ ଗିରଫ କରିଛି। ବିଶେଷ ସୂତ୍ରରୁ ଖବର ପାଇ କଣ୍ଟାବାଞ୍ଜି ସାପ୍ତାହିକ ବଜାର ବାହାରେ ଥିବା ଏକ ଦୋକାନ ଉପରେ ଅବକାରି ବିଭାଗ ଚଢ଼ଉ କରିଥିଲା। ଦୋକାନ ବାହାରୁ ଅବକାରୀ ପୋଲିସ ୯୫ ବୋତଲ କଫ ସିରଫ ଜବତ କରିଥିବା ବେଳେ ବିଷ୍ଣୁ ହାତୀଙ୍କୁ ଗିରଫ କରିଛି। ଏହି ଜବତ କଫ ସିରଫ ଓଡ଼ିଶାରେ ବେନ୍‌ ହୋଇଛି। କିନ୍ତୁ ତାହା ବେଆଇନ ନିଶାଦ୍ରବ୍ୟ ଭାବେ ବିକ୍ରି ହେଉଛି ବୋଲି କଣ୍ଟାବାଞ୍ଜି ଅବକାରୀ ଅଧିକାରୀ ସତ୍ୟନାରାୟଣ ଦାସ କହିଛନ୍ତି। ଏହି କଫ୍‌ ସିରପ କେଉଁଠୁ ଆସୁଛି ସେନେଇ ଏବେ ଅବକାରୀ ବିଭାଗ ତଦନ୍ତ କରୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.