ହାଇଦ୍ରାବାଦ୨୦|୧୦:ହାଇଦ୍ରାବାଦରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏକ ଲିଫ୍ଟ ଓ ସାଫ୍ଟ ମଧ୍ୟରେ ଏକ ୯ ବର୍ଷ ବୟସର କୁନି ଝିଅଙ୍କ ମୃତ୍ୟୁ ହୋଇଛି।
ମୃତ କୁନି ଝିଅଙ୍କ ନାଁ ଲସ୍ୟା ଯାଦବ। ସେ ହସ୍ତିନାପୁରମ୍ ଉତ୍ତର ଏକ୍ସଟେନସ କଲୋନୀରେ ରହୁଥିଲେ। ତୃତୀୟ ମହଲାରେ ତାଙ୍କ ପରିବାର ଲୋକ ରହୁଥିଲେ। ଲିଫ୍ଟରେ ଯିବା ସମୟରେ କୁନି ଝିଅଙ୍କ ପାଦ ଫଶି ଯାଇଥିଲା । ଏହି ସମୟରେ କିଏ ଜଣେ ତୃତୀୟ ମହଲାରୁ ଲିଫ୍ଟ ବଟମ ଦାବି ଦେଇଥିଲେ। କୁନି ଝିଅ ନିଜ ପାଦ ବାହାର କରି ପାରିନଥିଲେ। ଲିଫ୍ଟ କୁନି ଝିଅଙ୍କୁ ଚାପି ଦେଇଥିଲା।
ଏଭଳି ପରିସ୍ଥିତିରେ ତାଙ୍କ ବାପା ଚନ୍ଦ୍ର ଶେଖର ଯାଦବ ଲିଫ୍ଟରେ କର୍ମଚାରୀଙ୍କୁ ଡାକିଥିଲେ। କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏକ ଘଣ୍ଟା ପରେ କୁନି ଝିଅର ଶରୀରକୁ ଉଦ୍ଧାର କରାଯାଇଥିଲ। ତୁରନ୍ତ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।