suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଭୟାବହ ଅଗ୍ନିକାଣ୍ଡ, ୮ ବଖରା ଘର ଜଳି ଭସ୍ମୀଭୂତ

2/10/2020 at 9:00 AM

ଭଦ୍ରକ ୨।୧୦: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ପାଟଣା ଗ୍ରାମରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୪ଟି ପରିବାରର ୮ ବଖରା ଘର ଭସ୍ମୀଭୂତ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଭଣ୍ଡାରିପୋଖରୀ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି । ଗାଁର ପବିତ୍ର ମୋହନ ଜେନା, ପ୍ରଦୀପ ଜେନା, ଚିତ୍ତରଞ୍ଜନ ଦାସ ଓ ପ୍ରମୋଦ ଦାସଙ୍କ ଘର ସମ୍ପୂର୍ଣ୍ମ ଭସ୍ମୀଭୂତ ହୋଇଯାଇଛି ।

ତେବେ କୌଣସି କାରଣରୁ ଅଗ୍ନିକାଣ୍ଡ ହେବାରୁ ୮ ବଖରା ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ସହ ଘରର ସମସ୍ତ ଘରକରଣା ଜିନିଷ, ଧାନ ଚାଉଳ, ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ନିଆଁ ଲାଗିଥିବା ଖବର ପାଇ ଭଣ୍ଡାରିପୋଖରୀରୁ ଦମକଳ ବାହିନୀ ଆସି ସଙ୍ଗେ ସଙ୍ଗେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ ।

   Related Posts