କନୌଜ ୨୦/୩- ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ପରୀକ୍ଷା ହଲରୁ ଅସୁସ୍ଥତା ଅନୁଭବ କରିବାରୁ ନିଆଗଲା ଡ଼ାକ୍ତରଖାନା । ଡ଼ାକ୍ତର ଛାତ୍ରୀର ହାଲତ୍ ଦେଖି ପରିବାରଲୋକଙ୍କୁ ଦେଲେ ଦୁଷ୍କର୍ମ ସୂଚନା ।
ଏହିଭଳି ଅଭାବନୀୟ ଘଟଣା କନୌଜ ଏକ ଗାଁରେ ଘଟିଥିବା ଜଣାଯାଇଛି । ଦୁଷ୍କର୍ମର ଶିକାର ହୋଇଥିବା ଡ଼ାକ୍ତର ଛାତ୍ରୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବାରୁ ଜାଣିବାକୁ ପାଇଥିଲେ । ଏହିକଥା ପରିବାର ଲୋକଂକୁ କହିବାପରେ ଜଣାପଡ଼ିଥିଲା ସବୁ ଘଟଣା ।
ମଙ୍ଗଳବାର ଛାତ୍ରୀ ଶୌଚ ହେବାକୁ ଘରପାଖ ପଡ଼ିଆକୁ ଯାଇଥିଲେ । ସାହିବ ସିଂ ନାମକ ଜଣେ ଯୁବକ ଛାତ୍ରୀଙ୍କୁ ଉଠାଇ ପାଖରେ ଥିବା ଏକଘରକୁ ନେଇଯାଇଥିଲା । ସେଠାରେ ଛାତ୍ରୀ ସହ କରିଥିଲା ଦୁଷ୍କର୍ମ । ଏହି ଘଟଣା କାହାକୁ କହିଲେ ଜୀବନରୁ ମାରିଦେବାକୁ ଦେଇଥିଲା ଧମକ । ଛାତ୍ରୀ ଭୟରେ ଏକଥା କାହାକୁ କହି ନଥିଲେ ।
ତା ପରଦିନ ପରୀକ୍ଷା ଥିବାରୁ ଛାତ୍ରୀ ସ୍କୁଲକୁ ଯାଇଥିଲେ । ସେଠାରେ ଅସୁସ୍ଥ ଅନୁଭବ କରିଥିଲେ । ପରେପରେ ପରୀକ୍ଷା ହଲରେ ମଧ୍ୟ ବେହୋସ ହୋଇପଡ଼ିଥିଲେ । ସାଙ୍ଗେ ସାଙ୍ଗେ ସ୍କୁଲର କର୍ତ୍ତୃପକ୍ଷ ଡ଼ାକ୍ତଖାନାକୁ ନେଇଯାଇଥିଲେ । ଡ଼ାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଦୁଷ୍କର୍ମ ହୋଇଥିବା ଜଣାଇଥିଲେ । ସ୍କୁଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଖବର ଦେଇଥିଲେ ।
ଛାତ୍ରୀଙ୍କୁ ଏବାବଦରେ ପଚାରିବା ପରେ ସବୁ ସତ କଥା ମାନି ଯାଇଥିଲା । ସାହିବ ସିଂ ନାମକ ଯୁବକ ଗତକାଲି ସଂଧ୍ୟାରେ ଏଭଳି କରିଥିବା କଥା କହିଥିଲା ।
ପରିବାର ପକ୍ଷରୁ ଅଭିଯୁକ୍ତଙ୍କ ନାମରେ ଆଣିଥିଲେ ଅଭିଯୋଗ ।ଏହି ଅଭିଯୋଗକୁ ଭିତ୍ତିକରି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି ।