ମୈନପୁରୀ ୧୬/୧: ଆମ ଦେଶରେ ଟ୍ୟାଲେଣ୍ଟର କୈାଣସି ଅଭାବ ନାହିଁ । କେବଳ ଏତିକି ନୁହେଁ ଆମ ଦେଶ ମାଟିରେ କେତେକ ଏପରି ମେଧାବୀ ଶିଶୁ ଜନ୍ମ ନେଇଛନ୍ତି ଯେଉଁମାନଙ୍କ ପିଲାଦିନ ହିଁ ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ ବିଷୟରେ କହିଥାଏ।
ଆଜି ଆମେ ୟୁପିର ଜଣେ ସାନ ଝିଅଙ୍କ ବିଷୟରେ ଜାଣିବା ଯିଏ ଖେଳିବା କୁଦିବା ବୟସରେ ପ୍ରଶାସନିକ ସେବା ଅଫିସର ହେବା ପାଇଁ ପ୍ରସ୍ତୁତି କରୁଛନ୍ତି। ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିବା ଏହି ଝିଅଟିର ମସ୍ତିଷ୍କ ପ୍ରଶାସନିକ ପରୀକ୍ଷା ଦେଉଥିବା ଛାତ୍ର କିମ୍ବା ଛାତ୍ରୀଙ୍କଠୁ କମ୍ ନୁହଁ। ସୋଶିଆଲ ମିଡିଆରେ ଏହି ଝିଅଟିର ଭିଡିଓ ଭାଇରାଲ ହୋଇଛି। ଏହି ଝିଅଟିର ବୟସ ୭ବର୍ଷରୁ କମ୍ ବୋଲି କୁହାଯାଉଛି।
ଏହି ଝିଅଟିର ନାଁ କୁମାରୀ ପୂଜା ରାଜପୁତ। ତାଙ୍କ ବାପାଙ୍କ ନାଁ ପ୍ରଦୀପ ସିଂହ ଏବଂ ମାଆଙ୍କ ନାଁ ସରସ୍ବତୀ ଦେବୀ। ପୂଜା ୟୁପିର ମୈନପୁରୀ ନାମକ ଏକ ଛୋଟିଆ ଗାଁରେ ବାସ କରନ୍ତି। ତାଙ୍କ ପରିବାରରେ କେହି ଏତେ ଶିକ୍ଷିତ ନୁହଁନ୍ତି। କିନ୍ତୁ ସେ ଅତ୍ୟନ୍ତ ତେଜସ୍ବୀ ହେବା ସହ ବିଚକ୍ଷଣ ପ୍ରତିଭାର ଅଧିକାରୀ। ତାଙ୍କୁ ଯେଉଁପ୍ରକାର ପ୍ରଶ୍ନ ପଚାରିଲେ ମଧ୍ୟ ସେ ତାର ଜବାବ ସାଙ୍ଗେ ସାଙ୍ଗେ ଦେଇ ଦିଅନ୍ତି। ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଦେଶ,ରାଜ୍ୟ ଏବଂ ଜିଲ୍ଲାର ସମସ୍ତ ତଥ୍ୟ ରଖିଥିବା ପୂଜାଙ୍କୁ ଉତ୍ତରପ୍ରଦେଶର ସମସ୍ତ ରାଜ୍ୟର ନାଁ ଜଣା। ଏହା ଛଡ଼ା ପୂଜାଙ୍କୁ ସମସ୍ତ ରାଜ୍ୟ ବିଷୟରେ ଜଣା।
ଆପଣଙ୍କ ପାଦ ତଳେ ମାଟି ଖସିଯିବ ଯେତେବେଳେ ଆପଣ ଜାଣିବେ ଯେ ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିବା ପୂଜା ୮୦ର ପଣିକିଆ ମନେ ରଖି କହିଥିଲେ। ଏହି ଛୁଆଟିର ଭିଡିଓକୁ ପବନ ଚୈାଧୁରୀ ନାମକ ଜଣେ ବ୍ୟକ୍ତି ପାଖାପାଖି ୨ସପ୍ତାହ ପୂର୍ବରୁ ଫେସବୁକରେ ପୋଷ୍ଟ୍ କରିଥିଲେ।
ଏହି ଭିଡିଓକୁ ୭ଲକ୍ଷ ୬୩ହଜାରରୁ ଅଧିକ ଥର ଦେଖାଯାଇଛି। ଏହି ଭିଡିଓରେ ୧୨ହଜାର ଜଣ ନିଜର ପ୍ରତିକ୍ରିୟା ରଖିଛନ୍ତି। ୨୧ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ସେୟାର କରିଛନ୍ତି।