କେମିତି ଜାଣିବେ ଡାଇବେଟିସ୍‌: ଉଚ୍ଚ ରକ୍ତ ସର୍କରାର ସଙ୍କେତ ଦେଇଥାଏ ଶରୀରର ଏହି ୬ ଅଙ୍ଗ

Published By : Prameya-News7 Bureau | January 13, 2023 IST

ନୂଆଦିଲ୍ଳୀ, ୧୩/୦୧: ଡାଇବେଟିସ୍‌ ଏପରି ଏକ ରୋଗ ଯାହାକୁ ନିୟମିତ ଭାବରେ ଚିକିତ୍ସା କରିବା ଦରକାର। ଡାଇବେଟିସ୍‌ ବିଭିନ୍ନ ସମସ୍ୟା ମଧ୍ୟ ଉପୁଜିଥାଏ। ଡାଇବେଟିସ୍‌ ଯୋଗୁଁ ଅଧିକ ଶୋଷ ଲାଗିବା, ବାରମ୍ବାର ପରିସ୍ରା ଲାଗିବା, ଥକ୍କା ଲାଗିବା, ଦୃଷ୍ଟିଶକ୍ତି କମ୍ ହେବା, ଓଜନ ହ୍ରାସ ହେବା, ଭଳି ସମସ୍ୟା ଦେଖାନଯିବା। ଆହୁରି ମଧ୍ୟ ଡାଇବେଟିସ୍ ଯୋଗୁଁ ଧମନୀକୁ ମଧ୍ୟ କ୍ଷତି ପହଞ୍ଚିଥାଏ ଫଳରେ ଶରୀରରେ ବିଭିନ୍ନ ଅଙ୍ଗକୁ ଠିକ୍ ଭାବରେ ରକ୍ତ ପହଞ୍ଚିପାରିନଥାଏ। ଯାହାକି ଅନେକ ସମୟରେ ବିପଜ୍ଜନକ ହୋଇପାରେ। ତେବେ ଏଭଳି କିଛି ଅଙ୍ଗ ରହିଛି ଯାହା ଉଚ୍ଚ ରକ୍ତ ସର୍କରାର ସୂଚନା ଦେଇଥାଏ।

ଆଖି- ଉଚ୍ଚ ରକ୍ତ ସର୍କରା ଯୋଗୁଁ ରେଟିନାରେ ଥିବା ବ୍ଲଡ୍‌ ଭେସେଲକୁ ପ୍ରଭାବିତ କରିଥାଏ। ଏହାଯୋଗୁଁ ସ୍ପଷ୍ଟ ନଦିଶିବା, କାଟାରାକ୍ଟ୍ସ, ଗ୍ଲାଉକୋମା ଏବଂ ଡାଇବେଟକ୍ ରେଟିନୋପାଥୀ ଭଳି ସମସ୍ୟା ଦେଖାଥାଇଥାଏ। ଏଣୁ ଏହାକୁ ଅଣଦେଖା ନକରି ଚିକିତ୍ସା କରିବା ଭଲ ହୋଇଥାଏ। ନହେଲେ ଦୃଷ୍ଟି ଶକ୍ତି ହରାଇବାକୁ ପଡ଼ିପାରେ।

ପାଦ- ଡାଇବେଟିସ୍‌ ଦୁଇ ପ୍ରକାରରେ ପାଦକୁ ପ୍ରଭାବିତ କରିଥାଏ। ପ୍ରଥମେ ପାଦ​ରେ ଥିବା ସ୍ନାୟୁ ନଷ୍ଟ ହୋଇଥାଏ। ଫଳରେ ଆପଣ ପାଦକୁ ଅନୁଭବ କରିପାରିନଥାନ୍ତି। ଅନ୍ୟଟି ହେଉଛି ଆପଣଙ୍କ ପାଦକୁ ଠିକ୍ ଭାବରେ ରକ୍ତ ସଞ୍ଚାଳନ ହୋଇାପାରେନାହିଁ। ଫଳରେ ଯଦି କ୍ଷତ ହେଉଛି ତାହା ଠିକ୍ ହେବାକୁ ଅଧିକ ସମୟ ଲାଗିଥାଏ। ଏହାକୁ ଠିକ୍ ସମୟରେ ଚିକିତ୍ସା ନକଲେ ବିପଦ ସାଜିପାରେ।

କିଡନୀ: କିଡନୀ ଶରୀରର ଏକ ଜରୁରୀ ଅଙ୍ଗ। ଯାହା ଶରୀରରେ ଥିବା ଟକ୍ସିନ ଏବଂ ବର୍ଜ୍ୟକୁ ସଫା କରିଥାଏ। ଏଥିରେ ମଧ୍ୟ ଛୋଟ ଛୋଟ ଶିରା ରହିଥାଏ। ଯାହା ଠିକ୍ ଭାବରେ କାମ କରିବା ପାଇଁ ସାହାଯ୍ୟ କରିଥାଏ। କିନ୍ତୁ ଉଚ୍ଚ ରକ୍ତ ସର୍କରା ଯୋଗୁଁ ଏଥିରେ କ୍ଷତି ହୋଇଥାଏ ଯାହା ଫଳରେ କିଡନୀ ରୋଗର କାରଣ ପାଲଟିଥାଏ। ଏହାର ଲକ୍ଷଣ ହେଉଛି ବାରମ୍ବାର ପରିସ୍ରା ଲାଗିବା, ରକ୍ତଚାପ ନିୟନ୍ତ୍ରଣରେ ନରହିବା, ପାଦ ଝାଳେଇବା ଭଳି ଅନେକ ଲକ୍ଷଣ ଦେଖାଦେଇଥାଏ।

ସ୍ନାୟୁ- ଡାଇବେଟିସ୍ ସ୍ନାୟୁକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ। ଉଚ୍ଚ ରକ୍ତ ସର୍କରା ଯୋଗୁଁ ସ୍ନାୟୁ କ୍ଷତି ହୋଇଥାଏ। ଫଳରେ ଏହା ଯୋଗୁଁ କୌଣସି ଗରମ କିମ୍ବା ଥଣ୍ଡା ଅନୁଭବ ହୋଇପାରିନଥାଏ। ଏଭଳି ଅନେକ କାରଣ ମଧ୍ୟ ଦେଖାଦେଇଥାଏ।

ହାର୍ଟ- ଡାଇବେଟିସ୍‌ ଉଚ୍ଚ ରକ୍ତ ସର୍କରା ବଢ଼ିବା ଯୋଗୁଁ ହାର୍ଟ ସମସ୍ୟା ବଢ଼ିଥାଏ। ଧମନୀ ପ୍ରଭାବିତ ହୋଇଥାଏ। ହାର୍ଟ ଆଟାକ୍ ଏବଂ ହାର୍ଟ ଷ୍ଟେ୍ରାକ୍ ଭଳି ସମସ୍ୟା ବଢ଼ିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.