ତାମିଲନାଡୁରେ ପ୍ରବେଶ କଲେ ୬ ଜଣ ଲକ୍‌ସର-ଇ-ତୋଇବା ଆତଙ୍କବାଦୀ:ଗୁଇନ୍ଦା ରିପୋର୍ଟ

Published By : Prameya-News7 Bureau | August 23, 2019 IST

ନୂଆଦିଲ୍ଲୀ .- ଶ୍ରୀଲଙ୍କା ବାଟ ଦେଇ ତାମିଲନାଡୁରେ ଲକସର୍‌-ଇ-ତୋଇବା  ଆତଙ୍କବାଦୀ ସଙ୍ଗଠନର ୬ ଜଣ ଆତଙ୍କବାଦୀ ପ୍ରବେଶ କରିଛନ୍ତି । ଭାରତୀୟ ଗୁଇନ୍ଦା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ପରେ ତାମିଲନାଡୁରେ ହାଇ ଆଲର୍ଟ ଜାରି କରାଯାଇଛି । ଏମାନଙ୍କ ମଧ୍ୟରେ ୫ ଜଣ ଶ୍ରୀଲଙ୍କାର ନାଗରିକ ଥିବାବେଳେ ଜଣେ ପାକିସ୍ତାନ ନାଗରିକ ରହିଛି ।

ଏହି ସୂଚନା ମିଳିବା ପରେ ଚେନ୍ନାଇରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବିମାନ ବନ୍ଦର ସମେତତ ବଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଯାଞ୍ଚ ବ୍ୟବସ୍ଥାକୁ କଡା କଡି କରାଯାଇଛି। କaଏମ୍ବଟୁର ପୁଲିସ ପକ୍ଷରୁ ଦୁଇ ଜଣ ସନ୍ଦିଗ୍ଧଙ୍କର ଫଟୋ ଜାରି କରାଯାଇଛି ।

ଚେନ୍ନାଇରେ ପାଟ୍ରୋଲିଂଙ୍କୁ କଡାକଡି କରାଯାଇଛି ବୋଲି ଚେନ୍ନାଇ ପୁଲିସ କମିଶନର ସୂଚନା ଦେଇଛନ୍ତି । ଏବେ ତାମିଲନାଡୁ ସାରା ବିଭିନ୍ନ ହୋଟେଲ୍‌ମାନଙ୍କର ଯାଞ୍ଚ କରାଯାଉଥିବା ବେଳେ ଗାଡି ମଟର ଯାଞ୍ଚ  କରାଯାଉଛି, ବୋଲି ତେମିଲନାଡୁ ପୁଲିସ ଡିଜି  କହିଛନ୍ତି ।

ଆଗୁର ପାକିସ୍ତାନ କାଶ୍ମୀରକୁ ଆଫଗାନୀସ୍ତାନର ଆତଙ୍କବାଦୀଙ୍କୁ ପଠାଇବା ପାଇଁ ଯୋଜନା କରୁଥିବା ସୂଚନା ମିଳିଥିଲା । ଏବେ ଶ୍ରୀଲଙ୍କାର ବିଭିନ୍ନ ଆତଙ୍କବାଦୀ ସଙ୍ଗଠନସହ ପାକି୍ସ୍ତାନର ଆତଙ୍କବାଦୀ ସଙ୍ଗଠନ ଯୋଗାଯୋଗରେ ରହିଥିବା ସହ ଆକ୍ରମଣ ପାଇଁ ଯୋଜନା କରିଥିବା ଗୁଇନ୍ଦା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.