ଗୋଟିଏ ଦିନରେ ୭ ବିମାନ ଉଡ଼ାଣ ରଦ୍ଦ କଲା ଏୟାର ଇଣ୍ଡିଆ: ସିଇଓଙ୍କୁ ଭେଟି କ’ଣ କହିଲା ଡିଜିସିଏ ?

Published By : Prameya-News7 Bureau | June 17, 2025 IST

indiatoday

ନୂଆଦିଲ୍ଲୀ: ଅହମଦାବାଦ-ଲଣ୍ଡନ ଏୟାର ଇଣ୍ଡିଆ ବିମାନ କ୍ରାସ୍ ହେବା ପରେ ଏୟାର ଇଣ୍ଡିଆ ପୂରା ସତର୍କ ହୋଇଯାଇଥିବା ଜଣାପଡ଼ିଛି। ବିମାନରେ ସାମାନ୍ୟ ତ୍ରୁଟି ହେଲେ ବି କମ୍ପାନୀ ବିମାନ ଉଡ଼ାଣ ରଦ୍ଦ କରୁଛି। ମଙ୍ଗଳବାର ବିଭିନ୍ନ କାରଣରୁ ଏୟାରଇଣ୍ଡିଆ ୭ଟି ଅନ୍ତର୍ଜାତୀୟ ବିମାନର ଉଡ଼ାଣ ରଦ୍ଦ କରିଛି। ବୈଷୟିକ ସମସ୍ୟା ଓ ବିମାନ ଅଭାବ ଆଦି କାରଣରୁ ଉଡ଼ାଣ ରଦ୍ଦ କରାଯାଇଛି। 

ବାତିଲ ହୋଇଥିବା ଉଡ଼ାଣ ମଧ୍ୟରୁ ୬ଟି  ବିମାନ ବୋଇଂ ୭୮୭-୮ ଡ୍ରିମଲାଇନର୍ସର ଥିଲା। ଅହମଦାବାଦ ଦୁର୍ଘଟଣାରେ ଏହି ମଡେଲ୍‌ର ବିମାନ ହିଁ କ୍ରାସ ହୋଇଥିଲା। ଯେଉଁଥିରେ ୨୭୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ବୋଇଂର ଏହି ମଡେଲ୍ ବିମାନ ଉପରେ ସମସ୍ତଙ୍କ ନଜର ରହିଛି। 

ପଢନ୍ତୁ- ଏତେ ବଡ଼ ବିମାନ ଦୁର୍ଘଟଣା, ଏୟାର ଇଣ୍ଡିଆ ସିଇଓଙ୍କ ପାଖରେ ଦୁଇ ଶବ୍ଦ ନାହିଁ...

ମଙ୍ଗଳବାର ରଦ୍ଦ ହୋଇଥିବା ବିମାନଗୁଡ଼ିକ ହେଲା

AI915 - ଦିଲ୍ଲୀରୁ ଦୁବାଇ - B788 ଡ୍ରିମଲାଇନର
 AI153 - ଦିଲ୍ଲୀରୁ ଭିଏନା - B788 ଡ୍ରିମଲାଇନର
 AI143 - ଦିଲ୍ଲୀରୁ ପ୍ୟାରିସ - B788 ଡ୍ରିମଲାଇନର
 AI159 - ଅହମ୍ମଦାବାଦରୁ ଲଣ୍ଡନ - B788 ଡ୍ରିମଲାଇନର
 AI170 - ଲଣ୍ଡନରୁ ଅମୃତସର - B788 ଡ୍ରିମଲାଇନର
 AI133 - ବେଙ୍ଗାଲୁରୁରୁ ଲଣ୍ଡନ - B788 ଡ୍ରିମଲାଇନର
 AI179 - ମୁମ୍ବାଇରୁ ସାନ ଫ୍ରାନ୍ସିସ୍କୋ - B777

ରଦ୍ଦ ହୋଇଥିବା ବିମାନକୁ ନେଇ ଏୟାର ଇଣ୍ଡିଆ ପକ୍ଷରୁ ଭିନ୍ନ ଭିନ୍ନ କାରଣ ଦର୍ଶାଇଯାଇଛି। ବିଶେଷ କରି ଟେକ୍ନିକାଲ ସମସ୍ୟା ଓ ବିମାନର ଏଭେଲେବିଲିଟିର ସମସ୍ୟା ଆଦି ଦର୍ଶାଇଛି। ସେପଟେ ମଙ୍ଗଳବାର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଏୟାର ଇଣ୍ଡିଆର ସିଇଓ କ୍ୟାମ୍ପବେଲ ୱିଲସନଙ୍କୁ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ବୈଠକ ହୋଇଥିଲା। ବୈଠକରେ ବିମାନ ଚଳାଚଳ ସଂସ୍ଥା ଟାଟା ଗ୍ରୁପ୍ ମାଲିକାନାରେ ଥିବା ଏୟାରଲାଇନ୍ସକୁ ସମୟାନୁସାରେ ପ୍ରସ୍ଥାନ ସୁନିଶ୍ଚିତ କରିବା ସହିତ ବିମାନର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ଉପରେ ଧ୍ୟାନ ଦେବାକୁ କହିଥିବା ଜଣାପଡ଼ିଛି।

ପଢନ୍ତୁ- ଅହମ୍ମଦାବାଦ-ଲଣ୍ଡନ ବିମାନ ଦୁର୍ଘଟଣାର ତଦନ୍ତ ଚାଲିଥିବା ବେଳେ ଏୟାର ଇଣ୍ଡିଆ ଅଧିକାରୀଙ୍କୁ ଡିଜିସିଏର ସମନ


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.