ମୋବାଇଲ୍‌ରୁ ଦୂରେଇ ରହି ପାଠ ପଢିବାକୁ କହିଲେ ମା’, ଜୀବନ ହାରିଲେ ୫ମ ଶ୍ରେଣୀ ଛାତ୍ରୀ

Published By : Prameya-News7 Bureau | March 20, 2023 IST

ରାଉରକେଲା ୨୦।୩: ମୋବାଇଲ୍ ପାଇଁ ଜୀବନ ହାରିଲା ପଞ୍ଚମ ଶ୍ରେଣୀ ଛାତ୍ରୀ । ମାମୁଁ ଘରେ ବେକରେ ଦୌଡ଼ି ଜୀବନ ହାରିଛି ରାଉରକେଲା ଛେଣ୍ଡ ଚିନ୍ମୟ ବିଦ୍ୟାଳୟର ପଞ୍ଚମ ଛାତ୍ରୀ । ତାଙ୍କ ଘର ରାଉରକେଲା କଳିଙ୍ଗ ବିହାରରେ ।

ସୂଚନାଯୋଗ୍ୟ ଯେ, ରବିବାର ଘରେ ଝିଅକୁ ଆକଟ କରିଥିଲେ ମା’ । ଝିଅକୁ ମୋବାଇଲରୁ ଦୂରେଇ ରହିବା ସହ ପାଠ ପଢିବାକୁ କହିଥିଲେ । ମା’ଙ୍କ ଗାଳିଗୁଲଜରେ ଅଭିମାନ କରି ଖିଆପିଆ କଲେ ନାହିଁ ଝିଅ । ଝିଅକୁ ବାପା ମାମୁଁ ଘରକୁ ନେଇଥିଲେ । ହେଲେ ଝିଅ ରୁମ୍ ଭିତରେ ଅଭିମାନ କରି ଶୋଇଲେ । ମାମୁଁଘର ଲୋକେ ଘର କାମରେ ବ୍ୟସ୍ତ ଥିବା ବେଳେ ଛାତ୍ରୀ ଘର ଭିତରେ ଫ୍ୟାନରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି । ଖବର ପାଇ ଛେଣ୍ଡ ପୋଲିସ ମୃତଦେହ ଜବତ କରି ରବିବାର ରାଉରକେଲା ସରକାରୀ ଡାକ୍ତରଖାନା ଶବ ଗୃହରେ ରଖାଯାଇଥିଲା । ସୋମବାର ପଞ୍ଚନାମା କରିବା ସହ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.