ବାଲେଶ୍ୱରରୁ ଭୁବନେଶ୍ୱର ଆସୁଥିଲା ୪୦ ଲକ୍ଷର ବ୍ରାଉନ୍‌ସୁଗାର, ମହିଳାଙ୍କ ସହ ଅନ୍ୟଜଣେ ଗିରଫ

Published By : Prameya-News7 Bureau | October 18, 2022 IST

ଭୁବନେଶ୍ୱର, ୧୮/୧୦: ଭୁବନେଶ୍ୱର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ୪୦୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି ପୋଲିସ୍ । ବାଲିଅନ୍ତା ଥାନା ହଂସପାଳ ନିକଟରୁ ଏହି ନାଶା ଦ୍ରବ୍ୟକୁ ଜବତ କରାଯାଇଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି ପୋଲିସ୍‌ । ବାଲେଶ୍ବରରୁ ବାଇକରେ ଆସୁଥିବା ବେଳେ ହଂସପାଳରୁ ସେମାନଙ୍କୁ ପୋଲିସ କାବୁ କରିଛି । ଗିରଫଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି । ମହିଳାଙ୍କ ନାମ ଝୁମା ନାୟକ ହୋଇଥିବା ବେଳେ ଯୁବକଙ୍କ ନାମ ଲିପୁ ନାୟକ । ଦୁହେଁ ବାଲେଶ୍ବରୁରୁ ବାଇକରେ ଆସୁଥିଲେ । ଜବତ ବ୍ରାଉନସୁଗାରର ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବା ନେଇ ବାଲିଅନ୍ତା ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.