ଦିଲ୍ଲୀ ପରେ ବେଙ୍ଗାଲୁରୁର ୪୦ ସ୍କୁଲକୁ ବୋମା ଧମକ, ତନାଘନା କରୁଛି ପୋଲିସ୍

Published By : Prameya-News7 Bureau | July 18, 2025 IST

ନୂଆଦିଲ୍ଲୀ ୧୮।୦୭; ରାଜଧାନୀ ଦିଲ୍ଲୀ ପରେ ଏବେ ବେଙ୍ଗାଲୁରୁର ୪୦ ସ୍କୁଲ୍‌କୁ ବୋମା ଧମକ। ଖବର ପାଇବା ପରେ ବେଙ୍ଗାଲୁରୁ ପ୍ରଶାସନ ସତର୍କ ହେବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ବେଙ୍ଗାଲୁରୁ ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ବେଙ୍ଗାଲୁରୁ ସହରର ୪୦ଟି ଘରୋଇ ସ୍କୁଲ୍‌କୁ ଶୁକ୍ରବାର ଇମେଲ୍‌ ଯୋଗେ ବୋମା ଧମକ ମିଳିଛି। ଏହାପରେ ସମସ୍ତ ସ୍କୁଲରେ ଯାଞ୍ଚ ଆରମ୍ଭ କରାଯାଇଛି।

ରାଜାରାଜେଶ୍ୱରୀ ନଗର ଏବଂ କେଙ୍ଗେରୀ ସମେତ ବିଭିନ୍ନ ଅଞ୍ଚଳର ସ୍କୁଲଗୁଡ଼ିକ ଏହି ଅଜ୍ଞାତ ମେସେଜ ଦ୍ୱାରା ଟାର୍ଗେଟ ହୋଇଥିଲା। ସତର୍କ ସୂଚନା ହେବା ପରେ ବେଙ୍ଗାଲୁରୁ ସହର ପୋଲିସ ପ୍ରତିଷ୍ଠାନ ଗୁଡ଼ିକରେ ଅନେକ ଟିମ୍ ୟୋଜିତ କରିଥିଲା। ଛାତ୍ର ଏବଂ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସ୍କୁଲ ପରିସରରେ ବ୍ୟାପକ ଯାଞ୍ଚ ସହିତ ବୋମା ନିଷ୍କ୍ରିୟକାରୀ ଦଳ କର୍ମଚାରୀମାନଙ୍କୁ ମଧ୍ୟ ସେବାରେ ନିୟୋଜିତ କରାଯାଇଥିଲା। ସ୍କୁଲ ଭିତରେ ବୋମା” ଥିବା ନେଇ ଏହି ଇମେଲ୍ ରୋଡକିଲ୍ [email protected] ରୁ ଅନେକ ପ୍ରତିଷ୍ଠାନକୁ ପଠାଯାଇଥିବା ଜଣାପଡ଼ିଛି। ଯାହାକୁ ନେଇ ଏବେ ତନାଘନା କରୁଛି ପୋଲିସ୍ ।
ଏହାପୂର୍ବରୁ ରାଜଧାନୀ ଦିଲ୍ଲୀର ଗୋଟିଏ କି ଦୁଇଟି ନୁହେଁ ବରଂ ୨୦ଟି ସ୍କୁଲ୍‌କୁ ବୋମାରେ ଉଡାଇବାକୁ ସକାଳୁ ସକାଳୁ ଧମକ ମିଳିଥିଲା । ଖବର ପାଇବା ମାତ୍ରେ ବୋମା ନିଷ୍କ୍ରିୟକାରୀ ଦଳ ଓ ପୋଲିସ ପହଞ୍ଚି ତଲାସି ଆରମ୍ଭ କରିଥିଲେ । ସର୍ଚ୍ଚ ଅପରେସନ ଚାଲିଛି। ଏନେଇ ଦିଲ୍ଲୀ ପୋଲିସ କହିଛି ଯେ ଶୁକ୍ରବାର ସୁଦ୍ଧା ରାଜଧାନୀର ୨୦ ରୁ ଅଧିକ ସ୍କୁଲକୁ ବୋମା ମାଡ଼ ସମ୍ପର୍କରେ ଧମକ ମେଲ୍ ମିଳିଛି। ବର୍ତ୍ତମାନ, ଧମକପୂର୍ଣ୍ଣ ମେଲ୍ ପାଇବା ପରେ ପୋଲିସ ବିଭାଗରେ ଉତ୍ତେଜନା ପ୍ରକାଶ ପାଇଛି। ଅଗ୍ନିଶମ ବାହିନୀ ଏବଂ ବମ୍ ସ୍କ୍ୱାଡ୍ ଦଳ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି।


 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.