ମାଗଣା ଶାଢ଼ି ନେବାକୁ ମାରପିଟ ଦଳା ଚକଟା; ୪ ମହିଳାଙ୍କ ମୃତ୍ୟୁ, ୧୧ ଆହତ

Published By : Prameya-News7 Bureau | February 04, 2023 IST

ତିରୁପତ୍ତୁର: ମାଗଣା ଶାଢ଼ି ନେବାକୁ ମାରପିଟ ଦଳ ଚକଟା। ଘଟଣାର ୪ ବୟସ୍କା ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ତାମିଲନାଡୁ ତିରୁପତ୍ତୁର ଜିଲ୍ଲାର ବାଣିୟାମ୍ପାଡି ଠାରେ ଏଭଳି ଅଭାବନୀୟ ଘଟିଛି। ମାଗଣା ଶାଢ଼ି ବଣ୍ଟନ କାର୍ଯ୍ୟକ୍ରମରେ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

ପୁଲିସର ସୂଚନା ଅନୁସାରେ, ଥାଇପୋସମ ପର୍ବରେ ଲୋକମାନଙ୍କୁ ମାଗଣା ଶାଢ଼ି ଓ ଧୋତି ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିଲା। ଆୟପ୍ପନ ନାମକ ଜଣେ ବ୍ୟକ୍ତି ଶାଢ଼ି ବଣ୍ଟନ କରୁଥିଲେ। ତାମିଲ ମାସ ଥାଇରେ ପୂର୍ଣ୍ଣିମା ଦିନ ଥାଇପୋସାମ ଉତ୍ସବ ପାଳନ କରାଯାଇଥାଏ। ତାମିଲ ହିନ୍ଦୁମାନେ ଏହି ପର୍ବ ପାଳନ କରିଥାନ୍ତି।

ଉତ୍ସବରେ ଧୋତି ଓ ଶାଢ଼ି ମାଗଣା ବଣ୍ଟା ଯାଉଥିବା ଖବର ପାଇବା ପରେ ଲୋକମାନେ ଭିଡ଼ ଜମାଇଥିଲେ। ଭିଡ଼ ଏତେ ହୋଇଥିଲା ଯେ ଦଳା ଚକଟା ଆରମ୍ଭ ହୋଇଯାଇଥିଲା। ଏଥିରେ ୪ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.