ନୂଆଦିଲ୍ଲୀ - ଦାରିଦ୍ର୍ୟ ବିରୋଧୀ ସଂଗଠନ ଅକ୍ସଫାମ୍ ଗୁରୁବାର ଦିନ ଏକ ରିପୋର୍ଟ ପ୍ରକାଶ କରିଛି, ଯେଉଁଥିରେ ଚାରି ଜଣ ସବୁଠୁ ଧନୀ ଆଫ୍ରିକୀୟଙ୍କ ପାଖରେ ୫୭.୪ ବିଲିୟନ ଡଲାର ସମ୍ପତ୍ତି ରହିଥିବା ସୂଚନା ଅଛି ଏବଂ ସେମାନେ ମହାଦେଶର ୭୫୦ ନିୟୁତ ବାସିନ୍ଦାଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ଠାରୁ ଅଧିକ ଧନୀ। ରିପୋର୍ଟ ଅନୁଯାୟୀ, ୨୦୦୦ ମସିହାରେ ଆଫ୍ରିକାରେ କୌଣସି କୋଟିପତି ନଥିଲେ। ଆଜି, ଏହି ମହାଦେଶରେ ୨୩ ଜଣ କୋଟିପତି ଅଛନ୍ତି ଯାହାଙ୍କର ମିଳିତ ସମ୍ପତ୍ତି , ଗତ ପାଞ୍ଚ ବର୍ଷ ମଧ୍ୟରେ ୫୬ % ବୃଦ୍ଧି ପାଇଛି, ଯାହା ଆଶ୍ଚର୍ଯ୍ୟଜନକ ଭାବେ ୧୧୨.୬ ବିଲିୟନ ଡଲାରରେ ପହଞ୍ଚିଛି।
ଏହା ବ୍ୟତୀତ, ଆଫ୍ରିକୀୟଙ୍କ ଶୀର୍ଷ ୫% ଲୋକଙ୍କ ପାଖରେ ପ୍ରାୟ ୪ ଟ୍ରିଲିୟନ ଡଲାର ସମ୍ପତ୍ତି ରହିଛି, ଯାହା ମହାଦେଶର ଅନ୍ୟାନ୍ୟ ଦେଶର ମୋଟ ସମ୍ପତ୍ତିର ଦୁଇଗୁଣ ଅଧିକ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ବିଶ୍ୱର ୫୦ଟି ଅସମାନ ଦେଶ ମଧ୍ୟରୁ ପ୍ରାୟ ଅଧା ଆଫ୍ରିକାରେ ଅଛନ୍ତି। ସାରା ବିଶ୍ୱରେ କୋଟିପତିଙ୍କ ସମ୍ପତ୍ତି ପୂର୍ବ ଅପେକ୍ଷା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅକ୍ସଫାମ୍ ଜାନୁଆରୀ ମାସ ରିପୋର୍ଟରେ ଦର୍ଶାଇଥିଲା।
ଅକ୍ସଫାମ୍ ଯୁକ୍ତି ଦର୍ଶାଇଥିଲା ଯେ, ସରକାରୀ ନୀତିଗୁଡ଼ିକ ଗରିବଙ୍କ ପ୍ରତି ପକ୍ଷପାତୀ ଏବଂ ମହାଦେଶର ଅତି ଧନୀମାନଙ୍କୁ ଆହୁରି ଅଧିକ ସମ୍ପତ୍ତି ସଂଗ୍ରହ କରିବାକୁ ଅନୁମତି ଦେଉଛି। ସଂଗଠନର ରିପୋର୍ଟରେ କୁହାଯାଇଛି- "ଅଧିକାଂଶ ଆଫ୍ରିକୀୟ ଦେଶଗୁଡ଼ିକ ଅତି ଧନୀମାନଙ୍କ ଉପରେ ପ୍ରଭାବଶାଳୀ ଭାବରେ କର ଲଗାଇବା ଏବଂ ଅସମାନତା ଦୂର କରିବା ପାଇଁ ପ୍ରଗତିଶୀଳ ଟିକସକୁ ସମ୍ପୂର୍ଣ୍ଣ ଭାବରେ ଉପଯୋଗ କରୁ ନାହାଁନ୍ତି," ଅକ୍ସଫାମ୍ ଏହାର ରିପୋର୍ଟରେ , ନାଇଜେରିଆର କୋଟିପତି ଆଲିକୋ ଡାଙ୍ଗୋଟେଙ୍କୁ ମହାଦେଶର ସବୁଠାରୁ ଧନୀ ବ୍ୟକ୍ତି ଭାବରେ ନାମିତ କରିଛି। ତାଙ୍କର ସମ୍ପତ୍ତିର ୨୩.୩ ବିଲିୟନ ଡଲାର ଥିବା ଆକଳନ କରାଯାଇଛି।
ଶ୍ରେଷ୍ଠ ଚାରି ଜଣଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକୀୟ ଜୋହାନ ରୁପର୍ଟ , ନିକି ଓପେନହାଇମର, ଓ ଇଜିପ୍ଟର ବ୍ୟବସାୟୀ ନାସେଫ ସାୱିରିସ ମଧ୍ୟ ଅଛନ୍ତି। ଏହି ଏନଜିଓ ସତର୍କ କରାଇ ଦେଇଛି ଯେ ,ଅସମାନତା ଗଣତନ୍ତ୍ରକୁ ପ୍ରତିବନ୍ଧକ ସୃଷ୍ଟି କରୁଛି। ଦାରିଦ୍ର୍ୟ ହ୍ରାସରେ ବାଧା ଦେଉଛି ଏବଂ ଆଫ୍ରିକାରେ ଜଳବାୟୁ ସଙ୍କଟକୁ ଆହୁରି ତୀବ୍ର କରୁଛି। ରିପୋର୍ଟରେ କୁହାଯାଇଛି ଯେ, ଧନୀମାନଙ୍କ ଦ୍ୱାରା 'ରାଜନୈତିକ କବଜା' 'ଗରିବ ସମର୍ଥକ ସରକାରୀ ନୀତି ଏବଂ ସରକାରୀ ପ୍ରତିଷ୍ଠାନର ପ୍ରଭାବକୁ ଦୁର୍ବଳ କରୁଛି'। ଏହି ସମୟରେ, ଭୋଟ୍ କିଣା ଏହି ଦେଶରେ ଖୁବ୍ ବ୍ୟାପକ ଭାବେ ଚାଲିଛି, ଯେଉଁଠାରେ କୋଟି କୋଟି ଲୋକ ଖୁବ୍ ଦାରିଦ୍ର୍ୟତାର ଜୀବନ ବିତାଉଛନ୍ତି।