କଳିଙ୍ଗ ବାର ଗୁଳିକାଣ୍ଡ ଘଟଣା: ବାପ ପୁଅ ସମେତ ୪ ଗିରଫ

Published By : Prameya-News7 Bureau | December 13, 2022 IST

ଝାରସୁଗୁଡ଼ା,୧୩/୧୨: ଝାରସୁଗୁଡା ଜିଲ୍ଲାରେ ଆଇନ୍‌ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଥିବା ଲୋକଙ୍କୁ ପୋଲିସ କ୍ଷମା ଦେବନି । ଏଭଳି ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଏସପି ରାହୁଲ ଜୈନ। ଗତ ୪ ତାରିଖ ବିଳମ୍ବିତ ରାତିରେ ହୋଟେଲ କଳିଙ୍ଗ ବାରରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ବାପ ପୁଅ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ପୋଲିସର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସଚେତନ କରାଇ ଦେଇଛନ୍ତି ।

ଝାରସୁଗୁଡା ପୋଲିସ ୪ ତାରିଖ ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦୀପକ ସାହୁ ଓ ତାଙ୍କ ପୁଅ ଅର୍ଜୁନ ସାହୁ ସମେତ ଗୁଡୁ ଖାନ ଓ ମୁନକୁ ପାଣ୍ଡେକୁ ଗିରଫ କରିଛି । ସେମାନଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ ସହ ୪ଟି ଜୀବନ୍ତ ଗୁଳି, ୫ଟି ଫୁଟିଥିବା ଗୁଳିର ଖୋକା, ଗୋଟିଏ ସ୍କରପିଓ କାର ଓ ମୋବାଇଲ ଜବତ କରିଛି । ଏହି ଅପରାଧିମାନେ ଗୁଳିକାଣ୍ଡ ଘଟାଇ ଅନ୍ୟ ରାଜ୍ୟକୁ ଫେରାର ହୋଇଥିଲା ବେଳେ ପୋଲିସ ସେମାନଙ୍କୁ ସାଇବର ପୋଲିସ ସହାୟତାରେ ଗିରଫ କରି କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.