ବାତ୍ୟା ବିପର୍ଯ୍ୟୟ: ଉଠିବ ବଡ଼ ଜୁଆର, ୩୦ ହଜାରରୁ ଅଧିକ ଉଦ୍ଧାର

Published By : Prameya-News7 Bureau | June 13, 2023 IST

କଛ: ଆରବ ସାଗରରେ ସୃଷ୍ଟ ଘୂର୍ଣ୍ଣି ବାତ୍ୟା ‘ବିପର୍ଯ୍ୟୟ’ ପ୍ରଚଣ୍ଡ ରୂପ ନେଇ ଗୁଜରାଟ ଉପକୂଳ ଆଡ଼କୁ ମାଡ଼ିଆସୁଛି। ଏଥିପାଇଁ ରାଜ୍ୟରେ ଆଲର୍ଟ ଜାରି ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି(୧୩ ଜୁନ) ବାତ୍ୟା ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଛନ୍ତି। 

wp:embed {"url":"https://twitter.com/ANI/status/1668596513851969536?s=20","type":"rich","providerNameSlug":"twitter","responsive":true}
https://twitter.com/ANI/status/1668596513851969536?s=20
/wp:embed

ସେପଟେ ବାତ୍ୟା ପ୍ରଭାବରେ ମୁମ୍ବାଇ ଓ ଗୁଜରାଟରେ ବର୍ଷା ଆରମ୍ଭ ହୋଇଯାଇଛି। ବିପର୍ଯ୍ୟୟ ପ୍ରଭାବରେ ଗୁଜରାଟର ଆରାବଳିରେ ପ୍ରବଳ ବର୍ଷା ହୋଇଛି। ସେହିପରି ପ୍ରବଳ ପବନରେ ଗୁଜରାଟରେ ଗଛପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କାନ୍ଥ ଭୁଶୁଡ଼ି ଦୁଇ ଛୋଟ ପିଲାଙ୍କର ଜୀବନ ଯାଇଛି। 

ଏନ୍‌ଡିଆର୍‌ଏଫ୍‌ର ଡିଆଇଜି ମୋହସିନ ଶାହିଦୀ କହିଛନ୍ତି ଯେ କଛ ଓ ସୌରାଷ୍ଟ୍ର ମଝିରେ ବାତ୍ୟା ସ୍ଥଳଭାଗ୍ୟ ଛୁଇଁବାକୁ ଥିବାରୁ ଏହି ଦୁଇଟି ଜିଲ୍ଲାକୁ ଅଧିକ ଧ୍ୟାନ ଦିଆଯାଇଛି। ଏହି ଦୁଇ ଜିଲ୍ଲାରୁ ୩୦ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ପ୍ରଭାବିତ ଏରିଆରେ ୧୭ ଏନ୍‌ଡିଆର୍‌ଏଫ୍‌ ଓ ୧୨ ଏସ୍‌ଡିଆର୍‌ଏଫ୍‌ ଟିମ୍ ମୁତୟନ କରାଯାଇଛି।  

{"width":835,"height":551}

ପଢ଼ନ୍ତୁ-ବେଳକୁ ବେଳ ସାଂଘାତିକ ହେଉଛି ଘୂର୍ଣ୍ଣିବାତ୍ୟା ‘ବିପୋରଯୋୟ’, IMDଙ୍କ ସତର୍କତା, ଏହି ସବୁ ଜିଲ୍ଲାରେ ରଚିବ ତାଣ୍ଡବ

ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି ଯେ ଘୂର୍ଣ୍ଣିବାତ୍ୟା ବିପର୍ଯ୍ୟୟ ପାଇଁ ପ୍ରଭାବିତ ଜିଲ୍ଲାରେ ଖାଦ୍ୟ ଓ ଆଶ୍ରୟ ସ୍ଥଳ ବ୍ୟବସ୍ଥା କରାଯାଉଛି। ସେହିପରି ଜରୁରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯୋଜନା ହେଉଛି ବୋଲି ମନ୍ତ୍ରୀ କହିଛନ୍ତି। ଭୁଜ ମିଲିଟାରୀ ବେସ୍‌ରେ ଏହି ପ୍ରସ୍ତୁତିରେ ତଦାରଖ କରାଯାଉଛି।  

wp:embed {"url":"https://twitter.com/ANI/status/1668604680082173953?s=20","type":"rich","providerNameSlug":"twitter","responsive":true}
https://twitter.com/ANI/status/1668604680082173953?s=20
/wp:embed

ପାଣିପାଗ ବିଭାଗର ସୂଚନା ଅନୁସାରେ, ବିପର୍ଯ୍ୟୟ ଜୁନ ୧୫ ତାରିଖ ବେଳକୁ ଜଖାଓ ବନ୍ଦର ପାଖରେ ସୌରାଷ୍ଟ୍ର ଓ କଚ୍ଛ ଉପକୂଳ ଦେଇ ଅତିକ୍ରମ କରିବ। ମଙ୍ଗଳବାର ଏହା ଅତ୍ୟନ୍ତ ଗମ୍ଭୀରରୁ ଦୁର୍ବଳ ହୋଇ ଗମ୍ବୀର ଘୂର୍ଣ୍ଣିଛଡ଼ରେ ପରିଣତ ହେବ। ଏହି ସମୟରେ ଘଣ୍ଟା ପ୍ରତି ୧୫୦ କିମି ବେଗରେ ପବନ ବହିବ।

wp:embed {"url":"https://twitter.com/ANI/status/1668609650722508806?s=20","type":"rich","providerNameSlug":"twitter","responsive":true}
https://twitter.com/ANI/status/1668609650722508806?s=20
/wp:embed

ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ  ମହାପାତ୍ରଙ୍କ ସୂଚନା ଅନୁସାରେ ବିପର୍ଯ୍ୟୟରେ ବହୁତ କ୍ଷୟକ୍ଷତି ହୋଇପାରେ। କଚ୍ଛ, ଦେବଭୂମି ଦ୍ୱାରକା, ଜାମନଗର  ଜିଲ୍ଲାରୁ ୧୩ରୁ ୧୫ ଜୁନ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବ। ତେଣୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଗଛ ଉପଡ଼ିବା ସହିତ ଘର ମାଟିଘର ଭୁଶୁଡ଼ିବା, ଟିଣ ଛପର ଉଡ଼ିବା ସହିତ ୩ ସୌରାଷ୍ଟ୍ର ଓ କଚ୍ଛରେ ୩ ମିଟର ଉଚ୍ଚ ଜୁଆର ଉଠିବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ କହିଛି।  

{"width":843,"height":546}
cyclone biparjoy update government preparation to fight biperjoy ndrf deployed Cyclone Biparjoy: गुजरात में चक्रवात 'बिपरजॉय' से पहले शुरू हुई तेज बारिश, 30 हजार लोग सुरक्षित जगह पर पहुंचाए गए

ଅନ୍ୟପଟେ ବାତ୍ୟା ବିପର୍ଯ୍ୟୟକୁ ନେଇ ପଶ୍ଚିମ ରେଳବାଇ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ପଶ୍ଚିମ ରେଳବାଇ ସିପିଆର୍‌ଓ ସୁମିତ ଠାକୁର କହିଛନ୍ତି ବିପର୍ଯ୍ୟୟ ବିପଦକୁ ଦେଖି ୬୯ ଟ୍ରେନ୍ ରଦ୍ଦ କରାଯାଇଚି। ୨୩ ଟ୍ରେନ୍ ସ୍ୱଳ୍ପ ଅବଧି ପାଇଁ ନିଲମ୍ବିତ କରାଯାଇଥିବା ବେଳେ ୨୬ ଟ୍ରେନ୍ ଶର୍ଟ ଅରଜିନେଟ୍ କରାଯିବ ବୋଲି ସେ କହିଛନ୍ତି।

ପଢ଼ନ୍ତୁ -ମୌସୁମୀକୁ ନେଇ ଆସିଲା ନୂଆ ଅପଡେଟ୍, ଜାଣନ୍ତୁ କେବେଠୁ ଆରମ୍ଭ ହେବ ବର୍ଷା

wp:embed {"url":"https://twitter.com/ANI/status/1668607463560716288?s=20","type":"rich","providerNameSlug":"twitter","responsive":true}
https://twitter.com/ANI/status/1668607463560716288?s=20
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.