ଫିଲ୍ମ ଷ୍ଟାଇଲ୍‌ରେ ପ୍ରେମ, ୩ ମହିଳାଙ୍କ ଜଣେ ସ୍ୱାମୀ: ଥାନାରେ ପହଞ୍ଚିଲା ମାମଲା

Published By : Prameya-News7 Bureau | April 17, 2023 IST

କଳାହାଣ୍ଡି ୧୭/୦୪: ସ୍ୱାମୀ ଗୋଟିଏ, ସ୍ତ୍ରୀ ତିନୋଟି । କପିଲ ଶର୍ମା ଙ୍କ ଫିଲ୍ମ "କିସ କିସ କୋ ପ୍ୟାର କରୁ" ଷ୍ଟାଇଲ ରେ ପ୍ରେମ । କଥାଟି ଆଶ୍ଚର୍ଯ୍ୟ ଲାଗିଗଲେ ବି ସତ । ଭବାନୀପାଟଣାର ଜଣେ ବ୍ୟକ୍ତି ୩ ମହିଳାଙ୍କୁ ଠକି କରିଛନ୍ତି ବିବାହ । ବ୍ୟକ୍ତି ଜଣଙ୍କ ହେଉଛନ୍ତି ନରେଶ ତାଣ୍ଡି।

ଆପଡାର ଜଣେ ମହିଳାଙ୍କୁ ୨୦୧୧ରେ ହିନ୍ଦୁ ରୀତିନୀତି ଅନୁସାରେ କରିଥିଲେ ବିବାହ । ତାଙ୍କର ୧୧ ବର୍ଷ, ୫ ବର୍ଷର ୨ ଝିଅ ବି ଅଛନ୍ତି । ଏହା ପରେ ନରେଶ ୨୦୧୨ରେ ଇରିଗେସନ କଲୋନୀର ଆଉ ଜଣେ ମହିଳାଙ୍କୁ କରିଥିଲେ କୋର୍ଟ ମ୍ୟାରେଜ । ତାଙ୍କର ମଧ୍ୟ ୧୦ ବର୍ଷର ଜଣେ ପୁଅ ଅଛନ୍ତି । ସେତିକିରେ ସରନଥିଲା ନରେଶଙ୍କ ପ୍ରେମ ।

୨୦୧୪ରେ ନରେଶ ବାହାଦୂର ବଗିଚା ପଡ଼ାର ଜଣେ ମହିଳାଙ୍କୁ କରିଥିଲେ ବିବାହ । ତୃତୀୟ ସ୍ତ୍ରୀଙ୍କର ବି ୮ ବର୍ଷର ପୁଅ ବି ରହିଛି । ଗତ ଡିସେମ୍ବରରେ ନରେଶ ଙ୍କ ପ୍ରଥମ ସ୍ତ୍ରୀ ଏକଥା ଜାଣିବା ପରେ ଧିରେ ଧିରେ ଜଣାପଡିଥିଲେ ଘଟଣା । ୩ ସ୍ତ୍ରୀ ଏନେଇ ପୋଲିସରେ ଅଭିଯୋଗ କରିଛନ୍ତି । ହେଲେ ରସିକିଆ ନରେଶଙ୍କ ମିଳଉନି ପତ୍ତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.