scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆମେରିକା ସଡ଼କ ଦୁର୍ଘଟଣାରେ ତେଲେଙ୍ଗାନା ରାଜ୍ୟର ୩ ମୃତ, ସମସ୍ତ ମୃତକ ଗୋଟିଏ ପରିବାରର

29/11/2020 at 8:42 PM

ହାଇଦ୍ରାବାଦ ୨୯।୧୧: ଆମେରିକା ଟେକ୍ସାସର ଲୁବୁକରେ ହୋଇଥିବା ଏକ ସଡକ ଦୁର୍ଘଟଣାରେ ୩ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ମୃତାହତ ଭାରତୀୟ ଓ ସେମାନେ ତେଲେଙ୍ଗାନା ନାରାୟଣପେଟ ଜିଲ୍ଲାର ବୋଲି ଜଣାପଡିଛି। ଆମେରିକା ସ୍ଥାନୀୟ ସମୟ ଶୁକ୍ରବାର ରାତିରେ ଏହି ଦୁର୍ଘଟଣା ହୋଇଥିବା ମୃତାହତଙ୍କ ପାରିବାରିକ ସୂତ୍ରରୁ ସୂଚନା ମିଳିଛି।

ମୃତାହତଙ୍କ ଚିହ୍ନଟ ହୋଇଛି ସେମାନେ ହେଲେ ଜି.ନାରାୟଣ ରେଡ୍ଡୀ (୫୬) ତାଙ୍କ ପତ୍ନୀ ଭେନ୍ନମା (୪୯) ଓ ତାଙ୍କ ପୁଅ ଭରତ ରେଡ୍ଡୀ (୨୭)। ଭରତ ଆମେରିକା ଡଲାସରେ ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରନ୍ତି। ଜି. ନାରାୟଣ ରେଡ୍ଡୀ ତେଲେଙ୍ଗାନା ସଡକ ପରିବହନ ନିଗମ (ଟଏସଆରଟିସି)ରେ ବସ୍ କଣ୍ଟକ୍ଟର ଭାବେ କାର୍ଯ୍ୟ କରୁଥିଲେ।

ସେହିପରି ଆହତମାନେ ହେଲେ ମୋନିକା (୨୯), ସାଇ ପରିନିଥ (୨୦) ଓ ଅନ୍ୟ ଜଣେ ଯୁବତୀ। ମୋନିକା ନାରାୟଣ ରେଡ୍ଡୀଙ୍କ ଝିଅ ଓ ସେ ମଧ୍ୟ ଡଲାସରେ ସଫ୍ଟୱେର ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି। ତେବେ ଅନ୍ୟ ୨ ଜଣ ତେଲଗୁ ହୋଇଥିଲେ ମଧ୍ୟ ପରିବାର ସହ ସେମାନଙ୍କ ସମ୍ପର୍କ ଜଣାପଡି ନାହିଁ। ନାରାୟଣ ରେଡ୍ଡୀ ନାରାୟଣପେଟ ଜିଲ୍ଲା ମରାଇକାଲ ବ୍ଲକ୍‌ର ଚିନ୍ଥକୁଣ୍ଟାର ବାସିନ୍ଦା।

   Related Posts