ଟେଷ୍ଟ କ୍ରିକେଟ ଇତିହାସର ୩ ବୋଲର, ଗୋଟିଏ ଇନିଂସରେ ନେଇଛନ୍ତି ସମସ୍ତ ୧୦ ଓ୍ଵିକେଟ୍

Published By : Prameya-News7 Bureau | February 10, 2024 IST

ନୂଆଦିଲ୍ଲୀ: କ୍ରିକେଟରେ ନୂଆ ନୂଆ ରେକର୍ଡ କରି ଇତିହାସ ରଚିଥାନ୍ତି ଖେଳାଳି। ସର୍ବାଧିକ ଶତକ ହେଉ କିମ୍ବା ସବୁଠୁ ଅଧିକ ଓ୍ବିକେଟ ନେବାର ପୁଣି ହେଉ ଅବା ଉତ୍କୃଷ୍ଟ ବୋଲିଂ, ଏସବୁରେ ନିଜର ଦକ୍ଷତା ପ୍ରଦର୍ଶନ କରି ବିରଳ ରେକର୍ଡ କରିଥାନ୍ତି ଖେଳାଳି। ତେବେ ଆସନ୍ତୁ ଜାଣିବା, ଟେଷ୍ଟ କ୍ରିକେଟ ଇତିହାସରେ ଏଭଳି ତିନି ବୋଲରଙ୍କ ବିଷୟରେ ଯେଉଁମାନେ ଗୋଟିଏ ଇନିଂସରେ ନେଇଛନ୍ତି ସମସ୍ତ ୧୦ ଓ୍ଵିକେଟ୍ । ଯାହା କ୍ରିକେଟ୍ ଇତିହାସରେ ବିରଳ ରେକର୍ଡ ହୋଇ ରହିଛି। ପଢ଼ନ୍ତୁ ଏହି ତିନି ବୋଲରଙ୍କ ରେକର୍ଡ ବିଷୟରେ…

ଜିମ ଲେକର
ଟେଷ୍ଟ ମ୍ୟାଚର କୌଣସି ଇନିଙ୍ଗ୍ସରେ ୧୦ଟି ଓ୍ବିକେଟ ନେବାରେ ଇତିହାସରେ ପ୍ରଥମ ହେଉଛନ୍ତି ଇଂଲଣ୍ଡର କ୍ରିକେଟର ଜିମ୍ ଲେକର। ସେ ୧୯୫୬ରେ ଅଷ୍ଟ୍ରେଲିଆ ବିରୋଧରେ ଟେଷ୍ଟ ମ୍ୟାଚରେ ପ୍ରଥମ ଇନିଙ୍ଗ୍ସରେ ୧୦ଟି ଯାକ ଓ୍ବିକେଟ ନେଇ ଇତିହାସ ରଚିଥିଲେ । ଖାଲି ସେତିକି ନୁହେଁ ଏହି ଟେଷ୍ଟ ମ୍ୟାଚରେ ଦ୍ବିତୀୟ ଇନିଙ୍ଗ୍ସରେ ମଧ୍ୟ ଏହି ଧାରା ବଜାୟ ରଖିଥିଲେ ସେ । ଅବଶ୍ୟ ଦ୍ବିତୀୟ ଇନିଂଙ୍ଗ୍ସରେ ସେ ୯ ଓ୍ବିକେଟ ନେଇଥିଲେ। ବଡ଼ କଥା ହେଉଛି ସେ ଏହି ରେକର୍ଡକୁ ଦୀର୍ଘ ୪୩ ବର୍ଷ ପର୍ଯ୍ୟନ୍ତ ବଜାୟ ରଖିଥିଲେ।

ଆହୁରି ପଢ଼ନ୍ତୁ: ଆକାଶ ଦୀପ କିଏ ? ଯାହାଙ୍କୁ ଇଂଲଣ୍ଡ ବିପକ୍ଷ ସିରିଜ୍‌ର ଆଗାମୀ ମ୍ୟାଚ୍‌ରେ ମିଳିଛି ସୁଯୋଗ…

ଅନୀଲ କୁମ୍ବଲେ
ଅନିଲ କୁମ୍ବଲେ ଟେଷ୍ଟ କ୍ରିକେଟ ଇତିହାସରେ, କୌଣସି ଇନିଙ୍ଗସରେ ୧୦ ଟି ଓ୍ବିକେଟ ନେବାର ଦ୍ବିତୀୟ ଖେଳାଳି। ୧୯୯୯ ଫେବ୍ରୁଆରୀ ୭ରେ ଦିଲ୍ଲୀରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ସେ ଏହି ରେକର୍ଡ କରିଛନ୍ତି । ଅନିଲ କୁମ୍ବଲେ ଏକମାତ୍ର ଭାରତୀୟ ଭାବରେ ଏହି ରେକର୍ଡ ଏବେବି ବଜାୟ ରଖିଛନ୍ତି।

ଏଜାଜ ପଟେଲ
ସେହିଭଳି ଟେଷ୍ଟ ମ୍ୟାଚ ଇତିହାସରେ କୌଣସି ଇନିଙ୍ଗ୍ସରେ ୧୦ଟି ଓ୍ବିକେଟ ନେବାରେ ନ୍ୟୁଜିଲାଣ୍ଡ୍‌ ସ୍ପିନର ଏଜାଜ ପଟେଲ ହେଉଛନ୍ତି ତୃତୀୟ ଖେଳାଳି। ଏହି ରେକର୍ଡ ସେ, ୨୦୨୧ରେ ଭାରତ ବିପକ୍ଷରେ ମୁମ୍ବାଇ ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳିଥିବା ମ୍ୟାଚରେ ହାତେଇଛନ୍ତି। ଅନିଲ୍ କୁମ୍ବଲେଙ୍କ ପରେ ଏଜାଜ ପଟେଲ ଦ୍ବୀତୀୟ ସ୍ପିନର ଭାବରେ ଏହି ରେକର୍ଡ କରିଛନ୍ତି । ରୋଚକ କଥା ହେଉଛି ଏଜାଜ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ।

ଆହୁରି ପଢ଼ନ୍ତୁ: ୩ୟ ଟେଷ୍ଟରେ କିପରି ରହିବ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ ? ହୋଇପାରେ ୩ଟି ପରିବର୍ତ୍ତନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.