ବାଲେଶ୍ବରରେ ବିଦ୍ୟୁତ୍ ଆଘାତରେ ୨ବର୍ଷର ଶିଶୁ କନ୍ୟା ମୃତ
Published By : Prameya-News7 Bureau | September 15, 2018 IST
ବାଲେଶ୍ବର ୧୫/୯:ବିଦ୍ୟୁତ ଆଘାତରେ ୨ବର୍ଷର ଶିଶୁକନ୍ୟାର ମୃତ୍ୟୁହୋଇଥିବା ଜଣାପଡିଛି। ଅଯୋଧ୍ୟା ଗାଁର ଜୟଦେବ ଦାସଙ୍କ କନ୍ୟା ଦେବୁଲିନାଘରେ ଖେଳୁଥିବା ବେଳେ ପ୍ଲକରୁ ଓହଳିଥିବା ତାରକୁ ଧରିନେଇଥିଲା।ବିଦ୍ୟୁତ ତାରରେ କରେଣ୍ଟ ଥିବାରୁ ଶିଶୁକନ୍ୟାଟିକୁ କରେଣ୍ଟ ମାରିବାରୁ ସେ ତଳେ ପଡିଯାଇଥିଲା।ଗୁରୁତର ଭାବେ ନୀଳଗିରି ଡାକ୍ତରଖାନାକୁ ଆଣିଥିଲେ ମଧ୍ୟ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।