ସିଲ୍ ହେବ ରାଜଧାନୀରେ ୨୯ କଲ୍ୟାଣ ମଣ୍ଡପ

Published By : Prameya-News7 Bureau | December 07, 2019 IST

ଭୁବନେଶ୍ୱର ୦୭।୧୨  ରାଜଧାନୀରେ ୨୯ କଲ୍ୟାଣମଣ୍ଡପକୁ ବିଏମସିର ନୋଟିସ୍ । ପାର୍କିଂ ବ୍ୟବସ୍ଥା ଏବଂ କଠିନ ବର୍ଯ୍ୟବସ୍ତୁ ପରିଚାଳନା ଦିଗରେ ଏହି କଲ୍ୟାଣମଣ୍ଡପଗୁଡ଼ିକ ଧ୍ୟାନ ଦେଇନଥିବାରୁ ଏଗୁଡ଼ିକୁ ସିଲ୍ କରିବାକୁ ନୋଟିସ୍ ହୋଇଛି । ସେପଟେ ବିଏମସିର ଏଭଳି ନୋଟିସ ପରେ ବାହାଘର ସିଜିନ୍ରେ  ଆଗୁଆ ବୁକିଂ ନେଇ ସାରିଥିବା କଲ୍ୟାଣମଣ୍ଡପ ମାଲିକ ଏବେ ଛାନିଆ ।

{"id":195026,"sizeSlug":"large"}

ଖୁବ୍ ଶୀଘ୍ର ରାଜଧାନୀରେ ୨୯ କଲ୍ୟାଣ ମଣ୍ଡପକୁ ସିଲ୍ କରିବ ବିଏମସି । ଏଥି ପାଇଁ ସଂପୃକ୍ତ କଲ୍ୟାଣମଣ୍ଡପ ମାଲିକମାନଙ୍କୁ ନୋଟିସ୍ ହୋଇଛି । ଯେଉଁସବୁ କଲ୍ୟାଣ ମଣ୍ଡପଗୁଡ଼ିକର ପାର୍କିଂ ବ୍ୟବସ୍ଥା ନାହିଁ, କଠିନ ବର୍ଯ୍ୟବସ୍ତୁ ପରିଚାଳନା ଦିଗରେ ଧ୍ୟାନ ଦେଇନାହାନ୍ତି ସେଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଭୁବନେଶ୍ବର ମହାନଗର ନିଗମ । ପଟିଆ, ଚନ୍ଦ୍ରଶେଖରପୁର, ମଞ୍ଚେଶ୍ବର, ଜିଜିପି କଲୋନି, କଳ୍ପନା ସବୁଠି ଚିହ୍ନଟ ହୋଇଥିବା ଏଭଳି କଲ୍ୟାଣମଣ୍ଡପଗୁଡ଼ିକୁ ନୋଟିସ କରାଯାଇଛି । ମୋଟା ଅଙ୍କର ଭଡ଼ା ନେଇ ବେପାର କରୁଥିବା କଲ୍ୟାଣମଣ୍ଡପଗୁଡ଼ିକର ନିଜସ୍ବ ପାର୍କିଂ ବ୍ୟବସ୍ଥା ନଥିବାରୁ ମଣ୍ଡପ ସାମ୍ନା ରାସ୍ତା ଜାମ୍ ହେଉଛି । ସେହିଭଳି ବିଭିନ୍ନ ଫଙ୍କସନ ସରିଲେ କୁଢ଼ କୁଢ଼ ଅଳିଆ ଆବର୍ଜନାକୁ ସେମାନେ ଏଣେ ତେଣେ ଫିଙ୍ଗି ଦେଉଥିବାରୁ ଡ୍ରେନ୍ ଜାମ୍ ହେଉଛି । ଯାହାକୁ ନେଇ ସାଧାରଣରେ ମଧ୍ୟ ଅସନ୍ତୋଷ ଦେଖାଯାଉଛି । ଏସବୁକୁ ଦୃଷ୍ଟିରେ ରଖି ଆକ୍ସନକୁ ଆସିଛି ବିଏମସି ।

{"id":195027,"sizeSlug":"large"}

ବିଏମସିର କଡ଼ା ଆଭିମୁଖ୍ୟ ଦେଖି ନୋଟିସ୍ ପାଇଥିବା କଲ୍ୟାଣମଣ୍ଡପ ମାଲିକ ଛାନିଆ ହେଲେଣି । ବିବାହ ସିଜିନ୍‌ରେ ଆଗୁଆ ବୁକିଂ ରଖିଥିବା ମାଲିକମାନେ ମଣ୍ଡପ ସିଲ୍ ହେବା କଥା ଶୁଣି ଚିନ୍ତାରେ ପଡ଼ିଛନ୍ତି । ତେବେ ପୂର୍ବରୁ ଏସବୁ ବ୍ୟବସ୍ଥା ନ ଥିବା କଲ୍ୟାଣ ମଣ୍ଡପକୁ ଅନୁମତି ଦେଇଥିବା ବିଏମସିର ହଠାତ୍ ଏଭଳି ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି କିଛି କଲ୍ୟାଣମଣ୍ଡପ ମାଲିକ ।

{"id":195028,"sizeSlug":"large"}

ଅବଶ୍ୟ ବିଏମସିର ଏଭଳି ନାଲି ଆଖି ଆଗରୁ ମଧ୍ୟ ଦେଖିବାକୁ ମିଳିଛି । ହେଲେ ପରବର୍ତ୍ତୀ ସମୟରେ ଅବସ୍ଥା ଯେମିତିକୁ ସେମିତି ଚାଲିଥିଲା । ଏଥର ବି ନୋଟିସ ପରେ ପୁଣି କିଛି  ହୋଇ ପୂର୍ବଭଳି ସବୁକିଛି ଯେ ନଚାଲିବ ସେକଥାକୁ ଅସ୍ବିକାର କରିହେବନି ।

{"id":195029,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.