ତ୍ରିପୁରାରେ ଦ୍ରୁତ ଗତିରେ ବ୍ୟାପୁଛି କରୋନା, ଆଉ ୨୪ BSF ଯବାନ ପଜିଟିଭ୍ ଚିହ୍ନଟ

Published By : Prameya-News7 Bureau | May 08, 2020 IST

ତ୍ରିପୁରା ୮|୫ : ତ୍ରିପୁରାରେ ସୀମା ସୁରକ୍ଷା ବଳ (ବିଏସଏଫ)ର ୮୬ତମ ବାଟାଲିୟନର ୨୪ ଜଣ ଯବାନ କରୋନା ଭାଇରସ୍ ସଂକ୍ରମିତ ହୋଇଛନ୍ତି । ଏହାପରେ ରାଜ୍ୟରେ ଏହି ଭାଇରସ୍ ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ୮୬କୁ ବୃଦ୍ଧି ପାଇଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ଟ୍ବିଟ୍ ଯୋଗେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗତ ୫ ଦିନ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଶୂନରୁ ୮୬କୁ ବୃଦ୍ଧି ପାଇଛି । ଏ ସମସ୍ତ ସଂକ୍ରମିତ ବିଏସଏଫର ୧୩୮ତମ ୮୬ ବାଟାଲିୟନ ସହ ଜଡିତ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର କୌଣସି ନାଗରିକ କରୋନାରେ ସଂକ୍ରମିତ ନାହାନ୍ତି। ଏହାପୂର୍ବରୁ ବୁଧବାର ଦିନ ୨୨ ବିଏସଏଫ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ନିଶ୍ଚିତ କରାଯାଇଥିଲା। ଏହି ନୂତନ ମାମଲାଗୁଡିକ ପରେ ତ୍ରିପୁରା ଉତ୍ତର-ପୂର୍ବରେ ସର୍ବାଧିକ ସଂଖ୍ୟକ କରୋନା ମାମଲା ବିଶିଷ୍ଟ ରାଜ୍ୟ ହୋଇପାରିଛି। ଏଥିସହ ମୁଖ୍ୟମନ୍ତ୍ରୀ ନାଗରିକମାନଙ୍କୁ ଭୟଭୀତ ନକରିବାକୁ ନିବେଦନ କରିଛନ୍ତି ଏବଂ କହିଛନ୍ତି ଯେ, କରୋନାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର କଠିନ ପରିଶ୍ରମ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.