ପୁରୁଣା କଥା ଦୋହରାଇଲେ ମିଥୁନ; କହିଲେ, ଏବେ ବି ୨୧ ଟିଏମ୍‌ସି ନେତା ମୋ ଯୋଗାଯୋଗରେ

Published By : Prameya-News7 Bureau | September 24, 2022 IST

ନୂଆଦିଲ୍ଲୀ: ନିର୍ବାଚନ ସରିବା ପରେ ପୁଣିଥରେ ପୁରୁଣା ଦାବି ଦୋହରାଇଲେ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ। ପଶ୍ଚିମବଙ୍ଗରେ ୨୧ ଟିଏମ୍‌ସି ବିଧାୟକ ଏବେ ବି ମୋ ସହ ସିଧାସଳଖ ଯୋଗାଯୋଗରେ ଅଛନ୍ତି ବୋଲି ମିଥୁନ ଦାବି କରିଛନ୍ତି। ଆଜି କୋଲକାତା ବିଜେପି ଏଫିସରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ମିଥୁନ।

ସେ କହିଛନ୍ତି " ୨୧ ଟିଏମ୍‌ସି ନେତା ଏବେ ବି ମୋ ସହ ସିଧାସଳଖ ଯୋଗାଯୋଗରେ ଅଛନ୍ତି। ଏହା ମୁଁ ପୂର୍ବରୁ ବି କହିଛି ଆଉ ଏବେ ବି କହୁଛି। ମୁଁ ମୋ କଥାରେ ଏବେ ବି ଏକମତା ରହିଛି। ସମୟକୁ ଅପେକ୍ଷା କର।"ଟିଏମ୍‌ସି ନେତାଙ୍କୁ ନେବା ପାଇଁ ଦଳରେ ଆପତ୍ତି ରହିଛି ବୋଲି ମିଥୁନ କହିଛନ୍ତି।

ସେ  କହିଛନ୍ତି " ଦଳରେ(ବିଜେପି) ଟିଏମ୍‌ସି ନେତାଙ୍କୁ ନେବାର ଆପତ୍ତି ରହିଛି। ଅନେକ କହୁଛନ୍ତି ଯେ ଆମ ପଚ୍ଚା ଟମାଟୋ ନେବାକୁ ଚାହୁଁନାହୁଁ। ମୁଁ ଏତେ ବୋକା ନୁହେଁ ଯେ ସମାନ ଭୁଲ୍ ଆଉଥରେ କରିବି। "

ଦୁର୍ଗାପୂଜା ଅବସରରେ ଶନିବାର ବିଜେପି  ବୈଠକରେ ମିଥୁନ ଗଣମାଧ୍ୟମରେ ପ୍ରଶ୍ନର ଉତ୍ତର ଦେଇଥିଲେ। ତେବେ ପ୍ରକୃତରେ କେତେ ନେତା ଅଛନ୍ତି ଏକଥା କହିପାରିବି ନାହିଁ ତେବେ ୨୧ ଜଣ ବିଧାୟକରୁ କମ ହେବେ ନାହିଁ ବୋଲି ମିଥୁନ କହିଛନ୍ତି।

ତେବେ କେନ୍ଦ୍ରୀୟ ଏଜେନ୍ସିର ଚଢ଼ାଉ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କୌଣସି ହାତ ନାହିଁ ବୋଲି ମମତା ବାନାର୍ଜୀ କହିଥିଲେ। ଏହା ଉପରେ ଉତ୍ତର ଦେଇ ମିଥୁନ କହିଛନ୍ତି ଯେ ମମତା ଠିକ୍ କଥା କହିଛନ୍ତି। ପ୍ରଧାନମନ୍ତ୍ରୀ ଏପରି କରୁ ନାହାନ୍ତି। କୋର୍ଟ ନିର୍ଦ୍ଦେଶ ଦେଉଛନ୍ତି ତ ଆମେ କ'ଣ କରିବୁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.