ଇଣ୍ଡୋନେସିଆରେ ଅଷ୍ଟାଦଶ ଏସୀୟ କ୍ରୀଡ଼ା

Published By : Prameya-News7 Bureau | August 18, 2018 IST

ଇଣ୍ଡୋନେସିଆ ୧୮/୮ : ଆଜିଠାରୁ ଇଣ୍ଡୋନେସିଆରେ ଆରମ୍ଭ ହେବ ଅଷ୍ଟାଦଶ ଏସୀୟ କ୍ରୀଡ଼ା । ଏସୀୟ କ୍ରୀଡ଼ା ଇତିହାସରେ ଏହା ସର୍ବବୃହତ୍ କ୍ରୀଡ଼ା ହେବାକୁ ଯାଉଛି । ୪୦ଟି କ୍ରୀଡ଼ାରେ ୪୫ଟି ଦେଶରୁ ପ୍ରାୟ ୧୧ ହଜାର କ୍ରୀଡ଼ାବିତ୍ ଏହି କ୍ରୀଡ଼ାରେ ଭାଗନେବାକୁ ଯାଉଛନ୍ତି । ପ୍ରଥମଥର ପାଇଁ ୨ଟି ସହର- ଜାକର୍ତ୍ତା ଓ ପାଲେମ୍ବାଙ୍ଗ୍ ଏହି କ୍ରୀଡ଼ାର ଆୟୋଜନ କରୁଛନ୍ତି । ଏଥର ଏସିଆର କ୍ରୀଡ଼ା ସୁପରପାୱର ଚୀନ୍ ଏବଂ ପ୍ରଥମଥର ପାଇଁ ମିଳିତ ଭାବେ ଭାଗ ନେଉଥିବା କୋରିଆ ମଧ୍ୟରେ ପଦକ ତାଲିକାର ପ୍ରଥମ ସ୍ଥାନରେ ରହିବା ପାଇଁ ମୁକାବିଲା ହେବ । ଭାରତ ମଧ୍ୟ ପଦକ ତାଲିକାର ପ୍ରଥମ ୫ଟି ସ୍ଥାନ ମଧ୍ୟରେ ରହିବାର ସମ୍ଭାବନା ରହିଛି । ଭାରତର ୫୭୧ ଜଣିଆ ଶକ୍ତିଶାଳୀ ଦଳ ଏଥର ଏସୀୟ କ୍ରୀଡ଼ାରେ ଭାଗ ନେଉଛି । ସେମାନଙ୍କ ମଧ୍ୟରେ ୩୧୨ ପୁରୁଷ କ୍ରୀଡ଼ାବିତ୍ ଥିବା ବେଳେ ୨୫୯ ମହିଳା ରହିଛନ୍ତି । ଏହି କ୍ରୀଡା ଆଜିଠାରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଚାଲିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.