୨୦୧୫ ଓ ୨୦୧୬ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା, ଜାଣନ୍ତୁ କିଏ କେଉଁ ବିଭାଗରେ ପାଇବେ ପୁରସ୍କାର

Published By : Prameya-News7 Bureau | July 10, 2020 IST

ଭୁବନେଶ୍ଵର ୧୦।୦୭: ସାହିତ୍ୟିକଙ୍କ ପାଇଁ ପ୍ରଦାନ କରାଯାଉଥିବା ସବୁଠୁ ସମ୍ମାନଜନକ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି। ୨୦୧୫ ଓ ୨୦୧୬ ପାଇଁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ୨୦୧୫ ପାଇଁ ଉପନ୍ୟାସ୍‌ ବିଭାଗରେ ପୁରସ୍କାର ପାଇବେ ନିତ୍ୟାନନ୍ଦ ପଣ୍ଡା। ୧୯୫୪ ମସିହାରୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇ ଆସୁଛି। ସାହିତ୍ୟ ଏକାଡେମୀ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଏ।

ଗୋଟିଏ ଯୋଡି ଗାଁର କାହାଣୀ ଉପନ୍ୟାସ୍ ପାଇଁ ନିତ୍ୟାନନ୍ଦ ପଣ୍ଡା ପୁରସ୍କୃତ  ହେବେ। ସେହି ପରି ଗପର ମୁହଁ କ୍ଷୁଦ୍ର ଗଳ୍ପ ପାଇଁ ପବିତ୍ର ପାଣିଗ୍ରାହୀ ପୁରସ୍କାର ପାଇବେ। ଗୋଧୂଳି ଗୀତ କାବ୍ୟ କବିତା ପାଇଁ ବୀଣାପାଣି ପଣ୍ଡା, ମଞ୍ଚମାୟା ନାଟକ ପାଇଁ ସଞ୍ଜୟ ହାତୀ, ନବୀନ ପରିଡା ପୁରସ୍କାର ପାଇବେ। ପ୍ରବନ୍ଧ ଓ ସମାଲୋଚନା ପାଇଁ ପଞ୍ଚାନନ ମିଶ୍ର, ଜୀବନି ଓ ଭ୍ରମଣ ସାହିତ୍ୟ ପାଇଁ ଧରଣୀଧର ପାଣିଗ୍ରାହୀ, ତଥାପି କିଛି ରହିଯିବ ଅନୁବାଦ ପାଇଁ ପୁରସ୍କାର ପାଇବେ ବିଜୟ ମହାନ୍ତି। ଶିଶୁ ସାହିତ୍ୟ ଗଛଟିଏ ଗୀତଟିଏ ପାଇଁ ରବିନ୍ଦ୍ର ବିଶ୍ଵାଳ, ଗୀତକବିତା ପ୍ରତି ପଲକରେ ତୁମେ ପାଇଁ ମନୋଜ ମହାନ୍ତି ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ।

ସେହି ପରି ୨୦୧୬ ବର୍ଷ ପାଇଁ ମଧ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ଉପନ୍ୟାସ ଅମ୍ବା ପାଇଁ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ ପୁରସ୍କାର ପାଇବେ। କ୍ଷୁଦ୍ରଗଳ୍ପ ପାଇଁ ଦେବଦାସ୍ ଛୋଟ ରାୟ, କାବ୍ୟ କବିତା ଫେରନ୍ତି ଘର ପାଇଁ ଭଗବାନ ଜୟ ସିଂହ, ନାଟକ ଆତ୍ମଲିପି ଓ ଅନ୍ୟାନ୍ୟ ପାଇଁ ଫକୀର ସିଂହ, ପ୍ରବନ୍ଧ ଓ ସମାଲୋଚନା ପାଇଁ ପ୍ରସନ୍ନ କୁମାର ସ୍ଵାଇଁ, ଜୀବନି ଓ ଭ୍ରମଣ ସାହିତ୍ୟ ପାଇଁ ସୁରେନ୍ଦ୍ର ମହାରଣା, ପ୍ରଦୋଷ ପଟ୍ଟନାୟକ, ଅନୁବାଦରେ ମେଘବାହାନ ପାଇଁ ସାରଦା ରଥ, ଶିଶୁ ସାହିତ୍ୟ ଚୁଇଁ ଚଢେଇ ପାଇଁ ଦେବେନ୍ଦ୍ର ଚୌଧୁରୀ ଓ ଗୀତ କବିତା ମିଶ୍ରରାଗ ପାଁ ମିତ୍ର ସତ୍ୟନାରାୟଣ ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ସାହିତ୍ୟ ଏକାଡେମୀ ଆଓ୍ଵାର୍ଡ ମୋଟ୍ ୬୦ଟି ବିଭାଗ ପାଇଁ ପୁରସ୍କୃତ କରାଯାଏ। ସାହିତ୍ୟିକଙ୍କୁ ପ୍ରୋତ୍ସାହନ ଏବଂ ସମ୍ମାନିତ କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଏହି ଆଓ୍ଵାର୍ଡ ପ୍ରଦାନ କରାଯାଏ। ଏଥିରେ ସମ୍ମାନିତ ବ୍ୟକ୍ତିଙ୍କୁ ଏକ  ଲକ୍ଷ ଟଙ୍କା ସହିତ ମାନପତ୍ର ପ୍ରଦାନ କରାଯାଏ। ସାହିତ୍ୟ ଏକାଡେମୀ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.