ଖଲ୍ଲିକୋଟ: ରବିବାର ସକାଳେ ୧୬ ନଂ ଜାତୀୟ ରାଜପଥର ଟୋଲ୍ ଗେଟ୍ ନିକଟରୁ ଖଲ୍ଲିକୋଟ ପୋଲିସ୍ ଉଦ୍ଧାର କରିଥିବା ଶିଶୁ କନ୍ୟା ନିଜ ମାଆ କୋଳକୁ ଫେରିଛି। ଶିଶୁର ମାଆ ସଙ୍ଗୀତା ପରିମାଣିକଙ୍କ କହିବା ଅନୁଯାୟୀ ଗତକାଲି ବାଲୁଗାଁ ରେଳ ଷ୍ଟେସନରୁ ତାଙ୍କ ନିଖୋଜ ହୋଇଯାଇଥିଲା। ଯାହାକୁ ନେଇ ସେ ଥାନାରେ ଏତଲା ଦେଇଥିଲେ।
ପରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ସେ ଖଲ୍ଲିକୋଟ ଥାନାରେ ଝିଅ ରହିଥିବା ଜାଣି ଝିଅକୁ ନେବାକୁ ଆସିଥିଲେ। ଆଉ ଉଚିତ ପ୍ରମାଣ ମିଳିବା ପରେ ଖଲ୍ଲିକୋଟ ଥାନା ଅଧିକାରୀ ରମେଶ ପ୍ରଧାନ ଉଦ୍ଧାର ଶିଶୁକୁ ହସ୍ତାନ୍ତର କରିଥିଲେ।
ସେପଟେ ପୋଲିସ ତଦନ୍ତରୁ ଜଣାପଡ଼ିଛି ଗୁରାପଲ୍ଲୀ ଟୋଲ୍ ଗେଟ୍ ନିକଟରେ ଶିଶୁ କନ୍ୟାକୁ ଜଣେ ଯୁବକ ଆଣି ଛାଡ଼ି ଦେଇଥିଲେ। କାରଣ ସିସିଟିଭିରୁ ଜଣାପଡ଼ିଛି ଯେ, ଟୋଲଗେଟ ନିକଟ ଏକ ଚା' ଦୋକାନ ଆଗରେ ଥିବା ବେଞ୍ଚରେ ଶିଶୁ କନ୍ୟାକୁ ବସାଇ ଦେଇ ଅଜଣା ଯୁବକ ଫରୋର ମାରିଛି। ତେବେ କିଏ ସେ ଯୁବକ ? ଆଉ ସେ କାହିଁକି ଶିଶୁ କନ୍ୟାକୁ ଏମିତି ଛାଡିଦେଇ ଚାଲିଯାଇଛି ତାହାର କାରଣ ଖୋଜୁଛି ପୋଲିସ।