ନେପାଳରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆ ତୀର୍ଥଯାତ୍ରୀଙ୍କ ଶେଷ କୃତ୍ୟ ହେଲା ସମ୍ପନ୍ନ
13/06/2019 at 4:56 PM

ଖୋର୍ଦ୍ଧ। ୧୩/୬: ନେପାଳରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆ ତୀର୍ଥଯାତ୍ରୀଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି।କାଠମାଣ୍ଡୁ ନିକଟରେ ତୀର୍ଥ ଯାତ୍ରୀ ବସ୍ କୁ ପଛ ପଟୁ ଧକ୍କା ଦେଇଥିଲା ଟ୍ରକ । ଫଳରେ ୨ ଜଣ ପ୍ରାଣ ହରାଇବା ସହ ୪୦ ଆହତ ହୋଇଥିଲେ । ୬ ଗୁରୁତର ଏବେ ବି ନେପାଳର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା ।ନେପାଳ ତୀର୍ଥ କରିବାକୁ ଗଲେ । ହେଲେ ସଶରୀରେ ଫେରିଲେନି ଖୋର୍ଦ୍ଧା ମଳିପଡ଼ା ଗାଁର ଚରଣ ବିଶ୍ବାଳ ଏବଂ ପୁରୀ ଡେଳାଙ୍ଗ ଥାନା ଯମୁନା ଗାଁର ବିଜୟ ଜେନା । ଜନ୍ମମାଟିକୁ ଆସିଲା ଏମାନଙ୍କ ମୃତ ଦେହ । ଦେଖନ୍ତୁ ଗାଁରେ ମରଶରୀର ପହଞ୍ଚୁ ପହଞ୍ଚୁ କି ପ୍ରକାର ଭିଡ଼ । ସମସ୍ତଙ୍କ ଆଖିରେ ଲୁହ, ମନରେ କୋହ । ଚରଣ, ବିଜୟଙ୍କୁ ସେମାନଙ୍କ ଗାଁ ଲୋକେ ଅଶ୍ରୁଳ ବିଦାୟ ଦେଇଛନ୍ତି । ଚରଣଙ୍କ ଅନ୍ତିମ ସଂସ୍କାର ମିଳିପଡ଼ା ଶ୍ମଶାସନରେ ହୋଇଥିବା ବେଳେ, ବିଜୟଙ୍କ ଶେଷ କୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ହୋଇଥିଲା ।

ଗତ ୬ ତାରିଖରେ ଖୋର୍ଦ୍ଧ। ଓ ଡେଲାଙ୍ଗ ଅଞ୍ଚଳର ୬୦ଜଣ ତୀର୍ଥଯାତ୍ରୀ ନେପାଳ ଯାଇଥିଲେ ତୀର୍ଥ କରିବାକୁ । ତେବେ କାଠମାଣ୍ଡୁ ନିକଟରେ ଯାତ୍ରୀବାହୀ ବସଟି ଠିଆ ହୋଇଥିବା ସମୟରେ ପଛପଟୁ ଏକ ଟ୍ରକ ଆସି ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଖୋର୍ଦ୍ଧ। ମଳିପଡାର ଚରଣ ବିଶ୍ବାଳ ଓ ପୁରୀ ଡେଲାଙ୍ଗ ଯମୁନା ଗାଁର ବିଜୟ କୁମାର ଜେନାଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ୪୦ ରୁ ଅଧିକ ଆହତ ହୋଇଥିବା ବେଳେ, ୬ ଜଣ ଗୁରୁତର ନେପାଳ ଚନ୍ଦ୍ରନିଘାପୁରର ସରକାରୀ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।