ମହଙ୍ଗା ପଡ଼ିଲା ଫେସବୁକ୍ କମେଣ୍ଟ ; ସସ୍‌ପେଣ୍ଡ ହେଲେ ଦୁଇ ସରକାରୀ କର୍ମଚାରୀ

Published By : Prameya-News7 Bureau | September 26, 2018 IST

ଝାରସୁଗୁଡା ୨୬|୯: ମହଙ୍ଗା ପଡ଼ିଲା ଫେସବୁକ୍ କମେଣ୍ଟ । ସସପେଣ୍ଡ ହୋଇଛନ୍ତି ଦୁଇଜଣ ସରକାରୀ କର୍ମଚାରୀ । ନିଲମ୍ବିତ କର୍ମଚାରୀମାନେ ହେଲେ ଝାରସୁଗୁଡା ତହସିଲର ଅଫିସର ବରିଷ୍ଠ କିରାଣୀ ବ୍ରଜମୋହନ ପ୍ରଧାନ । ଲଖନପୁର ତହସିଲ ଅଫିସର ବରିଷ୍ଠ କିରାଣୀ ବଳଦେବ ପଟେଲ । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ପ୍ରସଙ୍ଗରେ ଏମାନେ ସୋସିଆଲ୍ ମିଡିଆରେ କିଛି ଆପତ୍ତିଜନକ ମନ୍ତବ୍ୟ ଲେଖିଥିଲେ । ଜିଲ୍ଲା ଓକିଲ ସଂଘ ପକ୍ଷରୁ ଦୁଇ କର୍ମଚାରୀଙ୍କ ନିଲମ୍ବନ ଜିଲ୍ଲାପାଳଙ୍କ ପାଖରେ ଦାବି କରାଯାଇଥିଲା । ଜିଲ୍ଲାପାଳ ଏମାନଙ୍କୁ ନିଲମ୍ବନ କରିଛନ୍ତି । ଜିଲ୍ଲାପାଳଙ୍କ ଆଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ନିଲମ୍ବିତ କର୍ମଚାରୀ କହିଛନ୍ତି। ଅପରପକ୍ଷରେ କର୍ମଚାରୀ ସଂଘ ମଧ୍ୟରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.