ସୋନପୁର ବଲାଙ୍ଗୀର ଜାତୀୟ ରାଜପଥରେ ଦୁର୍ଘଟଣା, ବାଜା ଗାଡି ଓଲଟି ୨ମୃତ

Published By : Prameya-News7 Bureau | May 23, 2025 IST

ସୁବର୍ଣ୍ଣପୁର ୨୩/୦୫: ସୋନପୁର ବଲାଙ୍ଗୀର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା । NHର ୫୭ ର ହରଡଖୋଲ ଛକ ନିକଟରେ ଏକ ଦୂଲ୍ ଦୁଲି ବାଜା ଗାଡ଼ି ଦୁର୍ଘଟଣା ଗସ୍ତ ହୋଇଛି । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହେବାସହ ୨୫ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତର ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି ।

ସୂଚନାଥାଉକି, ବରଗଡ଼ ଜିଲ୍ଲା ତୁରା ଗାଁର ଦିଲଖୁସ ଦୁଲଦୁଳି ବାଜା ଗାଡ଼ି ଗୁରୁବାର ରାମପୁର ନିକଟରୁ ବୌଦ୍ଧ ଜିଲ୍ଲା ମନମୁଣ୍ଡାକୁ ଏକ ବାହାଘରରେ ବାଜା ବଜାଇବାକୁ ଯାଇଥିଲା । ସେଠାରେ ପ୍ରସେଶନ୍ ସାରି ଭୋର୍‌ରୁ ପୁଣି କଳାହାଣ୍ଡିକୁ ଯାଉଥିଲା । ଯିବା ବେଳେ ଏକ ଟ୍ରକ୍‌କୁ ସାଇଡ଼ ଦେବାକୁ ଯାଇ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା ଗାଡ଼ି । 

ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ହରଡଖୋଲ ପୋଲିସ ପହଞ୍ଚି ତନାଘନା ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.