ଟ୍ରକ୍ ଧକ୍କାରେ ଯୁବକଙ୍କ ଜୀବନ, ବିଳମ୍ୱିତ ରାତିରେ ମାଡିଗଲା ଗାଡି

Published By : Prameya-News7 Bureau | November 30, 2023 IST

କଟକ ୩୦/୧୧: ଟ୍ରକ୍ ଧକ୍କାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ । କଟକ କ୍ୟାଣ୍ଟନମେଣ୍ଟ ଥାନା ନିକଟ ନଦୀବନ୍ଧ ରାସ୍ତାରେ ଘଟିଛି ଏହି ଦୁର୍ଘଟଣା । ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଦୁଇଜଣ ଯୁବକ କଟକ ରାଜବଗିଚା ଅଞ୍ଚଳର । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ୍ କରିଛି ପୋଲିସ୍ ।

ସୂଚନା ଥାଉକି, ବିଳମ୍ୱିତ ରାତିରେ କ୍ୟାଣ୍ଟନମେଣ୍ଟ ଥାନା ନିକଟ ନଦୀବନ୍ଧ ରାସ୍ତାରେ ଦୁଇଜଣ ଯୁବକ ଯାଉଥିଲେ । ଏହି ସମୟରେ ଟ୍ରକ୍ ଧକ୍କା ଦେଇଥିଲେ । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ଘଟଣା ପରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା । ଏବେ ପୋଲିସ ଟ୍ରକ୍ ଜବତ କରି ତଦନ୍ତ ଆରମ୍ଭ କରିଛି ।

you can also read...

wp:embed {"url":"https://www.prameyanews7.com/hanging-dead-body-rescue-in-train-toilet/","type":"wp-embed","providerNameSlug":"prameya-news-7"}
https://www.prameyanews7.com/hanging-dead-body-rescue-in-train-toilet/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.