ବାଲେଶ୍ୱର ୧୪।୧୨ - ବାଲେଶ୍ବର ଜିଲ୍ଲା ତାଳସାରି, ଉଦୟପୁର ବେଳାଭୂମିରେ ଥିବା ହୋଟେଲଗୁଡ଼ିକରେ କେମିତି ବେଧଡ଼କ ଦେହ ବେପାର ଚାଲିଥିଲା ଗତକାଲି ତା‘ର ପର୍ଦ୍ଦାଫାସ କରିଥିଲା ନ୍ୟୁଜ୍ 7 । ଏପଟେ ନ୍ୟୁଜ୍ ସେଭେନରେ ଅପରେସନ ୧୫-୬୦-୩୬୦ ପ୍ରସାରଣ ହେଉଥିବା ବେଳେ ସେପଟେ ଆରମ୍ଭ ହୋଇଥିଲା ପୋଲିସର ଅପରେସନ । ବିଭିନ୍ନ ହୋଟେଲ ଉପରେ ଆରମ୍ଭ ହୋଇଥିଲା ଚଢ଼ାଉ । ୨ଟି ହୋଟେଲକୁ ସିଲ୍ କରିବା ସହ ୨ଜଣ ହୋଟେଲ ମ୍ୟାନେଜରଙ୍କୁ ଗିରଫ କରିଛି ପୋଲିସ ।…..
{"id":197798,"sizeSlug":"large"}![](https://www.prameyanews7.com/wp-content/uploads/2019/12/vlcsnap-2019-12-14-22h49m56s857-1778x1000.jpg)
ନ୍ୟୁଜ୍7 ଅପରେସନ ୧୫-୬୦-୩୬୦ର ବଡ଼ ପ୍ରଭାବ । ତାଳସାରି-ଉଦୟପୁର ବେଳାଭୂମିରେ ୨ଟି ହୋଟେଲକୁ ସିଲ୍ କଲା ପୋଲିସ । ଏଥି ସହ ୨ଜଣ ହୋଟେଲ ମ୍ୟାନେଜରଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନେ ହେଲେ ସାଗର ସୈକତ୍ ହୋଟେଲର ମ୍ୟାନେଜର ସଦାମ ସେଖ୍ ଏବଂ ସାଗର କନ୍ଯା ହୋଟେଲର ମ୍ୟାନେଜର ନିରାପଦ ରାଉତ ।
{"id":197799,"sizeSlug":"large"}![](https://www.prameyanews7.com/wp-content/uploads/2019/12/vlcsnap-2019-12-14-22h50m11s357-1778x1000.jpg)
ବାଲେଶ୍ବର ଜିଲ୍ଲା ତାଳସାରି-ଉଦୟପୁର ବେଳାଭୂମିକୁ ପ୍ରତିଦିନ ହଜାର ହାଜର ପର୍ଯ୍ୟଟକ ଆସୁଥିବା ବେଳେ ସେହି ଅଂଚଳରେ ଗଢ଼ିଉଠିଥିବା ବିଭିନ୍ନ ହୋଟେଲଗୁଡ଼ିକରେ ଚାଲିଥିଲା ଅନୈତିକ କାରବାର । କିଛି ଦଲାଲଙ୍କ ମାଧ୍ୟମରେ ବେଧଡ଼କ ଦେହ ବେପାର ଚଳାଇଥିଲେ କିଛି ହୋଟେଲ ମାଲିକ । ଅଭିଯୋଗ ଆସିବା ପରେ ନ୍ୟୁଜ୍ ସେଭେନ୍ ତା’ର ଇନଭେଷ୍ଟିଗେସନ ଆରମ୍ଭ କରିଥିଲା । ଜଣେ କଷ୍ଟୋମର ହିସାବରେ ଦେହ ବେପାର ଚାଲିଥିବା ହୋଟେଲ ଗୁଡ଼ିକରେ ପହଞ୍ଚି ପୂରା କାରନାମାକୁ ନିଜ କ୍ୟାମେରାରେ କଏଦ୍ କରିଥିଲେ । ଆଉ ବେନକାବ୍ ହୋଇଥିଲା କୋର୍ଡ଼ ଓ୍ବାର୍ଡ଼ ୧୫-୬୦-୩୬୦ ପଛର ଅସଲ କାହାଣୀ ।
{"id":197800,"sizeSlug":"large"}![](https://www.prameyanews7.com/wp-content/uploads/2019/12/vlcsnap-2019-12-14-22h50m03s041-1778x1000.jpg)
୧୫ ମିନିଟ୍, ୬୦ ମିନିଟ୍ ଓ ୩୬୦ ମିନିଟ୍ ଅର୍ଥାତ୍ ୬ ଘଣ୍ଟା କିମ୍ବା ରାତିକ ପାଇଁ । ଅପରେସନ ଆଗକୁ ବଢ଼ିଥିଲା। ହୋଟେଲରେ ଅନ୍ଦର ବେପାର ପର୍ଦ୍ଦାଫାଶ କରିବା ଥିଲା ଆମର ଉଦ୍ଦେଶ୍ୟ। ଦେହ ବେପାରକୁ ସୁରକ୍ଷା ଦେବାକୁ ଆମ ଚାରିକଡ଼େ ବୁଲୁଥିଲେ ବାଉନ୍ସର। ଆମ ଜୀବନ ପ୍ରତି ବିପଦ ମଧ୍ୟ ଥିଲା। ତଥାପି ସବୁ ଅନୈତିକ କାର୍ଯ୍ୟର ପର୍ଦ୍ଦାଫାସ କରିବାକୁ ଜାରି ରହିଥିଲା ଆମର ଅପରେସନ । ଦେହବେପାର କରୁଥିବା ଯୁବତୀମାନେ କେଉଁଠାରୁ ଓ କେଉଁ ପରିସ୍ଥିତିରେ ଏଠିକି ଆସିଛନ୍ତି ବଖାଣିଥିଲେ । ଆମ ନ୍ୟୁଜ ଟିମ୍ ହୋଟେଲ କର୍ମଚାରୀଙ୍କଠାରୁ ଆରମ୍ଭ କରି, ମ୍ୟାନେଜରଙ୍କ ସହ ବି କଥା ହୋଇଥିଲା ।
ଏପଟେ ଗତକାଲି ନ୍ୟୁଜ୍ ସେଭେନରେ ଅପରେସନ ୧୫-୬୦-୩୬୦ ପ୍ରସାରଣକୁ ଦେଖି ଆକ୍ସନକୁ ଆସିଥିଲା ବାଲେଶ୍ବର ପୋଲିସ । ଆଉ ବିଳମ୍ବ ନକରି ବିଭିନ୍ନ ହୋଟେଲ ଉପରେ ଚଢ଼ାଉ କରିଥିଲା । ତେବେ ଆଜି ସକାଳୁ ଜଳେଶ୍ବର ଏସଡିପିଓ ଅଙ୍କିତା କୁମ୍ଭାର ଓ ତାଳସାରି ସାମୁଦ୍ରିକ ଥାନା ଆଇଆଇସି ସୁଜାତା ଖମାରୀ ପୋଲିସ ଫୋର୍ସ ସହ ଦୁଇଟି ହୋଟେଲ୍ ଉପରେ ଚଢ଼ାଉ କରି ହୋଟେଲକୁ ସିଲ୍ କରିବା ସହ ଉଭୟ ହୋଟେଲର ମ୍ୟାନେଜରଙ୍କୁ ଗିରଫ କରିଛନ୍ତି ।