ବାଲ୍ୟ ବିବାହ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆସାମରେ ଚଢାଉ; ୧୮୦୦ରୁ ଅଧିକ ଗିରଫ

Published By : Prameya-News7 Bureau | February 03, 2023 IST

ଦିଶପୁର: ଆସାମରେ ବାଲ୍ୟ ବିବାହ ରୋକିବା ପାଇଁ ରାଜ୍ୟ ସାରା ଚଢ଼ାଉ ଜାରି ରହିଛି। ଶୁକ୍ରବାର ହୋଇଥିବା ଚଢ଼ାଉରେ ୧୮୦୦ ଜଣଙ୍କୁ ଗିରଫ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତି ବିଶ୍ୱ ଶର୍ମା କହିଛନ୍ତି।

ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି “ ବାଲ୍ୟ ବିବାହ ଆଇନ ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୋଧରେ ରାଜ୍ୟବ୍ୟାପୀ  ଗିରଫଦାରୀ  ଜାରି ରହିଛି। ବର୍ତ୍ତମାନ ସୁଧା ୧୮୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇ ସାରିଲଣି।”କେବଳ ସେତିକି ନୁହେଁ, ରାଜ୍ୟରେ ବାଲ୍ୟ ବିବାହ କରୁଥିବା ଅପରାଧୀଙ୍କ ବିରୋଧରେ ଜିରୋ ଟଲରେନ୍ସ ନୀତି ଆପଣାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ଯେଉଁମାନେ ମହିଳାଙ୍କ ବିରୋଧରେ ଏଭଳି ଘୃଣ୍ୟ ଅପରାଧ କରୁଛନ୍ତି ସେମାନଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣାଇବାକୁ ମୁଁ ନିର୍ଦ୍ଦେଶ ଦେଇଛି ବୋଲି ଶ୍ରୀ ଶର୍ମା କହିଛନ୍ତି।

ବାଲ୍ୟ ବିବାହ ନେଇ ରାଜ୍ୟରେ ଚଢ଼ାଉ ହେଲେ ହଜାର ହଜାର ଲୋକ ଗିରଫ ହେବେ। ନାବାଳିକାଙ୍କୁ ବିବାହ କରିଥିବା ପୁରୁଷମାନଙ୍କୁ ଗିରଫ କରାଯିବ ବୋଲି ନାଗାଓଁ ଜିଲ୍ଲାରେ ଲୋକଙ୍କୁ ସମ୍ବୋଧନ କରି ଏପରି କହିଥିଲେ ମୁଖ୍ୟମନ୍ତ୍ରୀ।

ସୂଚନା ଥାଉକି, ଆସାମରେ ବାଲ୍ୟ ବିବାହ ସଂଖ୍ୟା ବଢ଼ି ଚାଲିଛି। ରାଜ୍ୟରେ ୪୮ ପ୍ରତିଶତ ବାଲ୍ୟ ବିବାହ ହୋଇଥିବା ବେଳେ ୧୫ ପ୍ରତିଶତ ମହିଳା ୧୮ ପୂର୍ବରୁ ପିଲା ଜନ୍ମ ଦେଇଛନ୍ତି ବୋଲି ସରକାରୀ ତଥ୍ୟରେ ଖୁଲାସ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.