ଭୁବନେଶ୍ୱର: ରାଜ୍ୟରେ ନିଯୁକ୍ତି କ୍ଷେତ୍ରରେ ବଡ଼ ସମ୍ଭାବନା ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ଏଥିପାଇଁ ଗୋଟିଏ ପରେ ଗୋଟିଏ ବଡ଼ ନିବେଶକୁ ମଞ୍ଜୁରି ଦେଇ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛନ୍ତି । ଏହି କ୍ରମରେ ଶୁକ୍ରବାର ରାଜ୍ୟ ସରକାର ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ବୈଠକରେ ୧୭ଟି ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ।
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟରେ ୩୮୭୮.୮୬ କୋଟିର ପୁଞ୍ଜି ନିବେଶକୁ ମଞ୍ଜୁରି ମିଳିଛି । ୧୧ଟି ଜିଲ୍ଲାରେ ୧୭ଟି ପ୍ରକଳ୍ପ ନିର୍ମାଣ ହେବ । ଏଥିରୁ ଖୋର୍ଦ୍ଧାରେ ୫ଟି, କଟକରେ ୨ଟି, ଯାଜପୁର, ପୁରୀ, ସମ୍ୱଲପୁର, ବଲାଙ୍ଗିର, ବୌଦ୍ଧ, ବାଲେଶ୍ୱର, ଜଗତସିଂହପୁର, ଅନୁଗୁଳ, ସୁନ୍ଦରଗଡ଼ରେ ଗୋଟିଏ ଲେଖାଏଁ ପ୍ରକଳ୍ପ ହେବ । ଏହାଦ୍ୱାରା ୧୦ ହଜାର ୫୮୪ ନିଯୁକ୍ତି ସୃଷ୍ଟି ହେବ । ପ୍ଲାଷ୍ଟିକ, ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ନିବେଶ ହେବ ।