କରଜ ସୁଝି ନପାରିବାରୁ ୧୩ ବର୍ଷର ନାବାଳିକାକୁ ବେକ କାଟି ହତ୍ୟା: ଗିରଫ ହେଲା ହତ୍ୟାକାରୀ

Published By : Prameya-News7 Bureau | October 31, 2018 IST

ତାମିଲନାଡୁ ୩୧/୧୦ : ତାମିଲନାଡୁର ସଲେମ ଜିଲ୍ଲାର ଅଟ୍ଟୁର ଗାଁରେ ଜଣେ ୧୩ ବର୍ଷ ବୟସ ନାବାଳିକାର ମୁଣ୍ଡ କୁ ଜଣେ ହାଣି ହତ୍ୟା କରିଛି | ହତ୍ୟାକାରୀ ଜଣକ ହେଲେ ଦୀନେଶ କୁମାର | ସେ ନାବାଳିକାର ପାଖ ପଡୋଶୀ ବୋଲି ଜଣାପଡିଛି | ସୂଚନାଯୋଗ୍ୟ ଯେ, ମୃତ ନାବାଳିକା ଦୀନେଶ କୁମାରଙ୍କ ଠାରୁ କିଛି ଅଗ୍ରିମ ଟଙ୍କା ଆଣିଥିଲେ | କିନ୍ତୁ ଫେରାଇ ପାରିନଥିଲେ | ନାବାଳିକାଙ୍କ ବାପା ମା ଶ୍ରମିକ ଏବଂ ତାଙ୍କର ଆଉ ୨ ଜଣ ଭାଇ ଭଉଣୀ ଅଛନ୍ତି | ସେ ପାଖ ଏକ ସରକାରୀ ସ୍କୁଲରେ ପଢୁଥିଲେ | କୌଣସି କାରଣରୁ ସେ ଦୀନେଶଙ୍କ ଠାରୁ କିଛି ଟଙ୍କା ଅଗ୍ରିମ ଆକାରରେ ଆଣିଥିଲେ | ଯେତେବେଳେ ଦୀନେଶ ତାଙ୍କୁ ଟଙ୍କା ଫେରସ୍ତ ପାଇଁ କହିଥିଲେ ସେ ମନା କରିଦେଇଥିଲେ ଏବଂ ଏନେଇ ନିଜ ମାଙ୍କୁ ମଧ୍ୟ କହିଥିଲେ | ଏଥିରେ ଉତ୍କ୍ଷିପ୍ତ ହୋଇ ଦୀନେଶ ଏକ କତୁରୀରେ ତାଙ୍କ ବେକକୁ ହାଣି ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲେ | ନାବାଳିକାଙ୍କ ଜଣେ ସମ୍ପର୍କୀୟ ଅଭିଯୁକ୍ତଙ୍କ ବିରୋଧରେ ଯୌନ ଶୋଷଣ ମାମଲା ରୁଜ୍ଜଉ କରିଥିଲେ | ଅଭିଯୁକ୍ତକୁ ଆଜି ପୋଲିସ ଗିରଫ କରି ସଲେମ ଜେଲକୁ ପଠାଇଦେଇଛି ଏବଂ ଅଧିକ ତଦନ୍ତ ଜାରି ରଖିଛି | ଘଟଣାଟି ସମ୍ପର୍କରେ ଏକ ଗଣମାଧ୍ୟମ ପ୍ରତିନିଧି କହିଥିଲେ ଯେ, ଦୀନେଶର ମାନସିକ ଅବସ୍ଥା ଠିକ ନାହିଁ | ତେଣୁ ସେ ଏଭଳି ଅମାନୁଷିକ କାଣ୍ଡ ଘଟାଇଛି | ତେବେ ପୋଲିସ ଗଣମାଧ୍ୟମର ଏହି ରିପୋର୍ଟକୁ ଖାରଜ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.