ଏକାଧିକ କାମରେ ହାତ ଦିଅନ୍ତୁ ନାହିଁ, ଜାଣନ୍ତୁ ଆସନ୍ତାକାଲି କେମିତି କଟିବ ଆପଣଙ୍କ ଦିନ

Published By : Prameya-News7 Bureau | December 11, 2022 IST

wp:code
                                                
/wp:code

ମେଷ– ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା କାରଣରୁ ମାନସିକ ସ୍ଥିରତା ଆସିବ । କର୍ମକ୍ଷେତ୍ରରେ ସତର୍କରେ ନଚଳିଲେ ବିବାଦ ଭିତରକୁ ଟାଣି ହୋଇଯିବେ । ଆଜି ଆକସ୍ମିକ ଭାବେ କୌଣସି ସମସ୍ୟା ଭିତରେ ଛନ୍ଦି ହୋଇଯିବାକୁ ପଡିପାରେ । କାଳେ କିଛି ଦେବାକୁ ପଡିବ,ଏହି ଆଶଙ୍କାରେ ସମ୍ପର୍କୀୟମାନେ ପାଖ ମାଡିବେ ନାହିଁ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।
ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।
ବ୍ୟବସାୟୀ- ବିଜୟୀ ହେବେ ।
କର୍ମଜୀବ- ସୁ ସମ୍ବାଦ ପାଇବେ ।
ଛାତ୍ରଛାତ୍ରୀ- ବାପା ମା ଙ୍କ କଥା ମାନିବେ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଚାଷୀ- କର୍ମ ଲାଭଜନକ ହେବ ।

ବୃଷ– ସାଂଗଠନିକ କାମ, ପରିବହନ, ରାଜନୀତି, ଆଇନ ଓ ଆନୁଷ୍ଠାନିକ କାମରେ ଶୁଭ ଫଳ ମିଳିବ । ବନ୍ଧୁମାନଙ୍କ ହସ୍ତକ୍ଷେପ ଫଳରେ ପରିସ୍ଥିତି କୁ ସୁଧାରି ନେବେ । କାମ ହାସଲ ପରିପ୍ରେକ୍ଷୀରେ ବନ୍ଧୁମାନଙ୍କ ସାହାର୍ଯ୍ୟ ଲାଭ କରି ଆଶ୍ୱସ୍ତି ଅନୁଭବ କରିବେ । ହଠାତ୍ ଜଣେ ବନ୍ଧୁଙ୍କ ଠାରୁ ଆଶାନୁଯାୟୀ ଅର୍ଥ ସାହାର୍ଯ୍ୟ ପାଇବେ । ପରିସ୍ଥିତି ଯାହା ହେଉନା କାହିଁକି ଆପଣ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ସମର୍ଥ ହେବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୨ ।
ଚାଷୀ- ଧୀରସ୍ଥିର ପ୍ରକୃତିର ହୋଇପାରନ୍ତି ।
ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।

ମିଥୁନ- କର୍ମକ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ମନ ଅସ୍ଥିର ରହିବ । ଏକାଧିକ କାମରେ ହାତ ଦିଅନ୍ତୁ ନାହିଁ, ଯାହାକି ବ୍ୟସ୍ତତାର କାରଣ ହୋଇପାରେ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ରହିଥିଲେ ମଧ୍ୟ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ । କୌଣସି ବିଶେଷ କାରଣର ତର୍ଜମା ସକାଶେ ବନ୍ଧୁ ଦ୍ୱାରକୁ ଗମନ କରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।
ଗୃହିଣୀ- ଧାର୍ମିକ ହେବେ ।
ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
କର୍ମଜୀବି- ଜଳଯାତ୍ରା ମନା ।
ଛାତ୍ରଛାତ୍ରୀ- ବାପା ମା ଙ୍କ କଥା ମାନିବେ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଚାଷୀ- ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି ।

କର୍କଟ– ସମ୍ପର୍କୀୟଙ୍କ ଈର୍ଷା ଓ ଅସୂୟାଭାବ ଯୋଗୁ ବିଚଳିତ ବୋଧ କରିବେ । ଆର୍ଥିକ ସଙ୍କଟ ଥିଲେ ମଧ୍ୟ ନୂତନ ଯୋଜନା ଆରମ୍ଭ କରିବା ସକାଶେ ମନ ବଳାଇବେ । କର୍ମକ୍ଷେତ୍ରରେ କେତେକ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ । ଯେତେ ଭଲ କାମ କଲେ ମଧ୍ୟ ନିଜ ଲୋକଙ୍କ ଦ୍ୱାରା ସମାଲୋଚନାର ପାତ୍ର ହୋଇପାରନ୍ତି । ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।
ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

ସିଂହ – ଅସୁସ୍ଥତା ଜନିତ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଭଲ ରହି ନ ପାରେ । ଗୁରୁଜନଙ୍କ ପରାମର୍ଶ କ୍ରମେ କାମ କଲେ ସମସୟାର ସରଳ ସମାଧାନ ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଚାପଗ୍ରସ୍ଥ କାରଣରୁ କେତେକ ବାକିଆ କାମ ପାଇଁ ଚିନ୍ତା ବଢିଯିବ । ସଚେତନତା ଅଭାବରୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ । ଅଭାବ ଓ ଅସୁବିଧା ପ୍ରଭୃତିରେ ମନର ଅବେଗିକ କଥାକୁ ସହକର୍ମୀଟି ବୁଝିପାରିବ ନାହିଁ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୨
ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।
ରୋଗୀ- ଆର‌୍ୟୁରବେଦୀ ଚିକିତ୍ସା ଲାଭ ଦେବ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ।

କନ୍ୟା– ପରିବାରରେ ବୟସ୍କ ବ୍ୟକ୍ତିଙ୍କ ସମସ୍ୟା ମନକୁ ବିଶେଷ ଭାବେ ଭାରାକ୍ରାନ୍ତ କରିବ । ପାରିବାରିକ କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇ କାମ କରିବାକୁ ବାଧ୍ୟ ହେବେ । ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରିପାରନ୍ତି । ପରିସ୍ଥିତିବଶତଃ କଠିନ ପରିଶ୍ରମ ହେତୁକ କ୍ଳାନ୍ତି ଓ ଅବସାଦ ଦେଖା ଦେଇପାରେ । ବ୍ୟବସାୟିକ ସ୍ଥିତି, ହିତାକାଂକ୍ଷୀମାନଙ୍କ ପ୍ରେରଣାରେ ସତ୍ ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।
ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ସଫଳତା ମିଳିବ ।
ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

ତୁଳା– ଆଜି ଅଟକିଥିବା କାମକୁ ସମ୍ପୂର୍ଣ୍ଣ କରି ଆତ୍ମତୃପ୍ତି ଲଭିବେ । ସାମାଜିକ ସ୍ତରରେ ସମ୍ମାନ ପାଇବେ କିନ୍ତୁ ଅନ୍ୟମାନେ ପରୋକ୍ଷରେ ବିରୁଦ୍ଧାଚରଣ କରିପାରନ୍ତି । ପରିବାରରେ ସୁଖ ଶାନ୍ତି ରାଜୁତି କରିବ । କାଳକ୍ଷେପଣ ନୀତି ୍େ‌ାଗୁ କର୍ମକ୍ଷେତ୍ରରେ କୌଣସି ସୁଯୋଗ ହରାଇ ବ୍ୟଥିତ ହୋଇପାରନ୍ତି । ପରିବାରରେ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖା ଦେଇପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।
ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ-ସତର୍କତାର ଦିନ ।
ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।
କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ ।
ବ୍ୟବସାୟୀ- ସହ-ଯୋଗୀ ବ୍ୟବସାୟ ଲାଭଜନକ ।
ଗୃହିଣୀ- ମିତ୍ର ସୁଖ ପାଇବେ ।

ବିଛା– ବିବାଦୀୟ ଘଟଣାର ସମାଧାନପୂର୍ବକ ଅବୁଝା ବନ୍ଧୁଙ୍କୁ ବୁଝାଇବାରେ ସମର୍ଥ ହୋଇପାରିବେ । କଳା, ସାହିତ୍ୟରେ ଉନ୍ନତି କରିବେ ଓ ପ୍ରଶଂସିତ ମଧ୍ୟ ହେବେ । ମାନସିକ ଅସନ୍ତୁଳନ ହେତୁ ବାରମ୍ବାର ମତ ବଦଳାଇବାକୁ ବାଧ୍ୟ ହେବେ । ସଭାସମିତି କିମ୍ବା ଆଲୋଚନା ପରିସରରେ ସାହସିକତା ପ୍ରଦର୍ଶନ କରି ପ୍ରଶଂସିତ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।
ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍ କୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

ଧନୁ – ଅଫିସରେ କୌଣସି ବିଷୟ ନେଇ ବୁଝାମଣା ରେ ତିକ୍ତତା ଦେଖା ଦେଇପାରେ । ଆନୁଷ୍ଠାନିକ କାମରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ପାରିବାରିକ ସମସ୍ୟା ହେତୁ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ । ବିଚାରବିହୀନ ଭାବରେ କର୍ମକ୍ଷେତ୍ରସ୍ଥ ସବୁ କଥା କୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।
ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
ଗୃହିଣୀ- ଧାର୍ମିକ ହେବେ ।

ମକର– ଆଶା କରୁଥିବା ଦିଗରୁ ଧନପ୍ରାପ୍ତି ସହ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖା ଦେବ । ଆଦୌ ଭଲ ସମ୍ପର୍କ ନ ଥିବା କୋନସି ବ୍ୟକ୍ତି ସମସ୍ୟାକୁ ବଢାଇ ଦେଇ ପାରନ୍ତି । ଦୀର୍ଘ ଦିନରୁ ଅଟକି ରହିôତବା କାର୍ଯ୍ୟ ହଠାତ୍ ଆରମ୍ଭ କରିବାକୁ ସ୍ଥିର କରିବେ । ସାମାଜିକ ସ୍ତରରେ ଅପ୍ରୀତିକର ପରିସ୍ଥିତିଜନିତ ଘଟଣାର ଦିଗ ବଦଳି ଯାଇପାରେ । ବନ୍ଧୁମାନେ ଠିକ୍ ଖବର ଦେବାରେ ହେଳା କରିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।
ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- କାର୍ଯ୍ୟରେ ଅବହେଳା କରିବେ ନାହିଁ ।
ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।
ଗୃହିଣୀ- ସଦିଚ୍ଛା ଭାବ ରହିବ ।

କୁମ୍ଭ - ସ୍ଥଗିତ କାମକୁ ପୂରା ଦମ୍ରେ କରିବା ପାଇଁ ନିଷ୍ପତ୍ତି ନେବେ । ସମସ୍ୟା ଆସିଲେ ମଧ୍ୟ ପୂର୍ବ ୍େ‌ାଜନା ଅନୁଯାୟୀ କର୍ମ କରିବାରେ ସମର୍ଥ ହେବେ । ଯେତେ ପ୍ରକାର ଉପାୟ ଅବଲମ୍ବନ କଲେ ମଧ୍ୟ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡିବ । ପାରିବାରକ ସମସ୍ୟା ସୁଧାରିବା କ୍ଷେତ୍ରରେ ପାଖ ପଡୋଶୀ ସହାନୁଭୂତି ପ୍ରଦର୍ଶନ କରିପାରନ୍ତି । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୯ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।
ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।
କର୍ମଜୀବି- ସରକାରୀ ସ୍ତରରୁ ଲାଭ ଉଠାଇବେ ।
ଛାତ୍ରଛାତ୍ରୀ- ଠିକ୍ କଥା ବି ଭୁଲ୍ ଲାଗିବ ।
ରୋଗୀ- ଆତ୍ମ ସନ୍ତୋଷ ଲାଭ କରିବେ ।
ଚାଷୀ- ସରକାରଙ୍କ କୃପା ପ୍ରାପ୍ତ ହେବ ।

ମୀନ - ଜମିଜମା,କଚେରି ମାମଲା, ଆଲୋଚନା ସଭା ଓ ଲେଖାପଢା ଦିଗରୁ ଉପକୃତ ହେବେ । ପୁରାତନ ରିଗର ପୀଡା ସାମୟିକ ମନକୁ ବିଷାଦିତ କରିବ । ଦେଖି ଚାହିଁ କାମ ନ କଲେ ଜଟିଳତା ଭିତରେ ପ୍ରବେଶ କରିପାରନ୍ତି । କଠିନ ଶ୍ରମ, ପୁରାତନ ରୋଗର ପୀଡା ବୃଦ୍ଧି ପାଇପାରେ । ପଡୋଶୀ ଏବଂ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ ।
ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୟା ଗ୍ରହଣ କରିବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ସୁଖଭାରା ଦିନଟି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.