ସାର୍ଟିଫିକେଟ୍ ପାଇବା ଦାବିରେ ଆଜି ୧୨ଘଣ୍ଟିଆ ରାଇରଙ୍ଗପୁର ବନ୍ଦ

Published By : Prameya-News7 Bureau | September 06, 2018 IST

ମୟୁରଭଞ୍ଜ ୬|୯: ଆଜି ୧୨ ଘଣ୍ଟିଆ ରାଇରଙ୍ଗପୁର ବନ୍ଦ । ମୟୁରଭଞ୍ଜ ଆଦିବାସୀ ଷ୍ଟୁଡେଣ୍ଟ ଅସୋସିଏସନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏଏନଏମ/ଜିଏନଏମ/ଡି.ଫାର୍ମାସୀ ଟ୍ରେନିଂ ଶେଷ କରିବାର ଦୁଇ ବର୍ଷ ପରେ ମଧ୍ୟ ଛାତ୍ରଛାତ୍ରୀ ମାନେ ସାର୍ଟିଫିକେଟ୍ ପାଇ ପାରିନାହାନ୍ତି। ଦୀର୍ଘ ୧୮ଦିନ ଧରି ରାଇରଙ୍ଗପୁର ଆଇଟିଡିଏ ଅଫିସ ସମ୍ମୁଖରେ ଛାତ୍ରଛାତ୍ରୀ ମାନେ ସାର୍ଟିଫିକେଟ ଦାବିରେ ଆନ୍ଦୋଳନ କରୁଛନ୍ତି । ଛାତ୍ରଛାତ୍ରୀଙ୍କ ସମର୍ଥନରେ ଏମଏଏସଏ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଯୋଗୁଁ ଗାଡି ଚଳାଚଳ, ଦୋକାନ ବଜ଼ାର , ପେଟ୍ରୋଲ ପମ୍ପ ସମ୍ପୂର୍ଣ ବନ୍ଦ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.